ଓଡିଶା

odisha

Deputy Mayor Election: ଭୁବନେଶ୍ବର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର

ଭୁବନେଶ୍ବର ଡେପୁଟି ମେୟର ହେଲେ ବିଜେଡିର ମଞ୍ଜୁଲତା କହଁର । ଅଧିକ ପଢନ୍ତୁ

By

Published : Apr 9, 2022, 12:40 PM IST

Published : Apr 9, 2022, 12:40 PM IST

Updated : Apr 9, 2022, 3:35 PM IST

Deputy Mayor Election: ଭୁବନେଶ୍ବର ଡେପୁଟି ମେୟର ହେଲେ ବିଜେଡିର ମଞ୍ଜୁଲତା କହଁର

ଭୁବନେଶ୍ବର: ରାଜଧାନୀର ଡେପୁଟି ମେୟର ପଦକୁ ନେଇ ଚାଲିଥିବା ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ଡେପୁଟି ମେୟର ହେଲେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା କହଁର । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ୨୨ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁରଙ୍କ ମୁଣ୍ଡରେ ଡେପୁଟି ମେୟର ଟିକା ଲାଗିଛି । ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । କଟକ ପରି ଭୁବନେଶ୍ବରରେ ନିଜର ଉଚ୍ଚକୋଟିର ରଣନୀତି ଦେଖାଇଛନ୍ତି ନବୀନ ପଟ୍ଟନାୟକ । ରାଜଧାନୀରେ ଜଣେ ମହିଳା ଅନୁସୂଚିତ ଜନଜାତି କର୍ପୋରେଟରଙ୍କୁ ଡେପୁଟି ମେୟର ହେବା ସୁଯୋଗ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର

ମଞ୍ଜୁଲତା କହଁର ଜଣେ ଉଚ୍ଚ ଶିକ୍ଷିତ ମହିଳା । ସେ ରାଜନୀତି ବିଜ୍ଞାନରେ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଏମଏ କରିଛନ୍ତି । ପ୍ରଥମ ଥର ପାଇଁ ନବନିର୍ବାଚିତ ହୋଇ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । କଟକ ପରି ଭୁବନେଶ୍ବର ମହାନଗର ନିଗମର ଉନ୍ନତି ଓ ଦାୟିତ୍ବକୁ ସାଧାରଣ ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ।

ଅନ୍ୟ ୱାର୍ଡର ନବନିର୍ବାଚିତ କର୍ପୋରେଟରଙ୍କ ପ୍ରତିକ୍ରିୟା

ସୂଚନା ଅନୁଯାୟୀ, ଭୁବନେଶ୍ବର ଡେପୁଟି ମେୟର ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୪୫ର କର୍ପୋରେଟର ଅମରେଶ ଜେନା(ବାଇଁଆ) ଏବଂ ୱାର୍ଡ ନଂ ୫୯ର ବିରଞ୍ଚି ମହାସୁପକାର(ଲିଟୁ) ଉଚିତ ଦାବିଦାର ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି ୱାର୍ଡ ନମ୍ବର ୮ରେ ଲାଲମୋହନ ଟୁଡୁଙ୍କୁ ନାମ ବେଶ୍ ଚର୍ଚ୍ଚାରେ ଥିଲା । କାରଣ ସେ ରାଜମିସ୍ତ୍ରୀରୁ କର୍ପୋରେଟର ହୋଇଥିଲେ । ଆଉ ମଞ୍ଜୁଲତାଙ୍କ ଉପରେ ମୋହର ଲାଗିବା ପରେ ଏହି ସବୁ ଚର୍ଚ୍ଚା ବା ସବୁ ଆକଳନକୁ ଭୁଲ ପ୍ରମାଣିତ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 9, 2022, 3:35 PM IST

ABOUT THE AUTHOR

...view details