ଓଡିଶା

odisha

ETV Bharat / city

Panchayat Election: BJD ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା BJP - ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବିଜେପି

ଶାସକ ଦଳ BJD ଖୋଲାଖୋଲି ଆଚରଣ ବିଧି ଉଲଙ୍ଘନ କରୁଥିବା ଅଭିଯୋଗ କରି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା BJP । ଅଧିକ ପଢନ୍ତୁ

BJD ଆଚରଣ ବିଧି ଉଲଙ୍ଘନ କରୁଥିବା ଭିଯୋଗ: ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା BJP
BJD ଆଚରଣ ବିଧି ଉଲଙ୍ଘନ କରୁଥିବା ଭିଯୋଗ: ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା BJP

By

Published : Jan 29, 2022, 4:55 PM IST

Updated : Jan 29, 2022, 5:10 PM IST

ଭୁବନେଶ୍ବର: ଶାସକ ଦଳ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ନୟାଗଡ଼ ଜିଲ୍ଲା ଓଡ଼ଗାଁରେ VAW ଭତ୍ତା ବଣ୍ଟୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତଥ୍ୟ ପ୍ରମାଣ ସହ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

Panchayat Election: BJD ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା BJP

ବିଜେପି ଅଭିଯୋଗ କରିଛି ଯେ, ବିଡିଓଙ୍କ ନିର୍ଦ୍ଦେଶରେ ଏଭଳି କରାଯାଉଥିବା ପ୍ରମାଣ ମିଳିଛି । ସେହିପରି ଭୁବନେଶ୍ୱର ଜୋନ୍ ନମ୍ବର 30 ଓ ବାଙ୍କୀର ଜୋନ୍ ନମ୍ବର 38ରେ ଶାସକ ଦଳର ଶହ ଶହ ଲୋକେ ନିର୍ବାଚନ ପ୍ରଚାର କରୁଛନ୍ତି । ଏନେଇ ଭିଡିଓ ନିର୍ବାଚନ କମିଶନଙ୍କୁ ଦେଇଛି ବିଜେପି । ରାଜ୍ୟରେ ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ଲଗାଇଛନ୍ତି ।

ଶାସକ ଦଳକୁ ହାରିବା ଭୟ ଘାରିଛି । ଶାସକ ଦଳ ନିର୍ବାଚନ ହରିବା ଭୟରେ ଏପରି କରୁଛନ୍ତି । ଯଦି ନିର୍ବାଚନ କମିଶନ ଅଭିଯୋଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେବେ, ତେବେ ଦରକାର ପଡ଼ିଲେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।



ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jan 29, 2022, 5:10 PM IST

ABOUT THE AUTHOR

...view details