ଭୁବନେଶ୍ବର: ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶୀଷ ଆଚାର୍ଯ୍ୟ ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟଙ୍କ ଅପରାଧିକ ଚିଠା ଖୋଲିବା ଘଟଣାର ପ୍ରତିଉତ୍ତର ରଖିଛି ବିଜେଡି । ଇରାଶୀଷଙ୍କ ଅପରାଧିକ ପୃଷ୍ଠଭୂମି ଖୋଲିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ।
ଚିନ୍ମୟ କହିଛନ୍ତି ଭଟଲୀ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଇରାଶୀଷ । ତାଙ୍କ ବିରୋଧରେ ୩୦୨ ଓ ଆର୍ମସ ଆକ୍ଟ ଭଳି ସଙ୍ଗୀନ ଦଫା ଲାଗିଥିଲା । ସେ ଗିରଫ ହୋଇ ୮ ମାସ ଜେଲରେ ରହିଥିଲେ । ସେ ଆଉ ଜଣେ ଅପରାଧି ସାରଦା ପ୍ରଧାନଙ୍କ ଲାଗି ଓକିଲାତି କରିବାକୁ ଆସିଥିଲେ । ଯାହାଙ୍କ ଅପରାଧିକ ତାଲିକା ଖୁବ ଲମ୍ବା । ସାରଦା କୋଇଲା ଚୋରି, ଲୁହା ପଥର ଚୋରିରେ ସମ୍ପୃକ୍ତ ଅଛନ୍ତି । ସେ ବାଲି ମାଫିଆ ଭାବେ ମଧ୍ୟ ପରିଚିତ । ଯାହାଙ୍କର ଗ୍ୟାଙ୍ଗଷ୍ଟାର ଟିଟୋ ସହିତ ନିବିଡ଼ ସମ୍ପର୍କ ରହିଛି । ବେଆଇନ ଭାବେ ଟିଟୋକୁ ପେଟ୍ରୋଲ ପମ୍ପ କରାଇ ଦେଇଥିବା ଅପରାଧୀ ସାରଦାଙ୍କ ଲାଗି ଓକିଲାତି କରୁଛନ୍ତି ଆଉ ଜଣେ ଅଭିଯୁକ୍ତ । ନିଜର ଅପରାଧିକ ପୃଷ୍ଠଭୂମି ବାବଦରେ ଆତ୍ମସମୀକ୍ଷା କରିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଚିନ୍ମୟ ।