ଭୁବନେଶ୍ବର: ସାଣ୍ଠଗାଣ୍ଠରେ ଚାଲିଛନ୍ତି ବିଜେପି-ବିଜେଡି । ବିଜେଡି-ବିଜେପି ଦୁଇଟି ଦଳ ନୁହେଁ, ଗୋଟିଏ ଦଳ । ରାଜ୍ୟରେ କଂଗ୍ରେସ କେବଳ ଏକମାତ୍ର ବିରୋଧୀ ଦଳ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏହା ସହ ବିଜେପି 2024 ରେ ରାଜ୍ୟର ଏକ ନମ୍ବର ଦଳ ହେବ କଥାକୁ କଟାକ୍ଷ କରିଛନ୍ତି ନରସିଂହ ।
ନରସିଂହ କହିଛନ୍ତି ଯେ, କେନ୍ଦ୍ର ସରକାର କେଉଁ ଗଣିତ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ମୁଁ ଜାଣିନାହିଁ । 2019 ନିର୍ବାଚନରେ ବିଜେପି ସ୍ପଷ୍ଟ ଭାବେ କହିଥିଲା 120 ଟି ସିଟ ପାଇବୁ । ପଇଲେ 147 ଆସନରୁ 23 । ଥାର୍ଡ ଡିଭିଜନ ମାର୍କ ରହିଲାନି । ଫେଲ ହେଲେ । ପୁଣି କାହିଁକି ବାହାସ୍ଫୋଟ ମାରୁଛନ୍ତି ବୁଝି ହେଉନାହିଁ । ବିଜେଡି ପାଖରେ ବିଜେପି ସରେଣ୍ଡର କରିସାରିଛି । ଧର୍ମ ଗୁରୁ ଯାହାଙ୍କ ଉପରେ ବିଜେପିର ଅଖଣ୍ଡ ବିଶ୍ୱାସ ଅଛି, ଶଙ୍କରାଚାର୍ଯ୍ୟ ତାଙ୍କୁ ସାର୍ଟିଫିକେଟ ଦେଇସାରିଛନ୍ତି । ଶଙ୍କରାଚାର୍ଯ୍ୟ କହିଥିଲେ ବିଜେଡି-ବିଜେପି ମିଳିକି ଅଛନ୍ତି । ତାଙ୍କ ଏହି ଉକ୍ତିକୁ ବିଜେପି ନେତା କେହି ଖଣ୍ଡନ କରୁନାହାଁନ୍ତି । ଜଣେ ବି ହେଲେ ବିଜେପି ନେତା ବର୍ତ୍ତମାନ ଯାଏଁ କହିନାହାନ୍ତି ଯେ, ଶଙ୍କରାଚାର୍ଯ୍ୟ ମିଛ କିମ୍ବା ଭୁଲ କହିଛନ୍ତି ବୋଲି । ତାହାର ଅର୍ଥ ସେମାନେ ଗ୍ରହଣ କରିଛନ୍ତି । ତା ମାନେ ବିଜେଡି-ବିଜେପି ଏକ ।