ଓଡିଶା

odisha

ETV Bharat / city

ଅର୍ଥ ହେରଫେର ଅଭିଯୋଗ, ବୈଜୟନ୍ତଙ୍କୁ ଘେରିଲା ବିଜେଡି - Bahamas investments issue

ଅର୍ଥ ହେରଫେର ଅଭିଯୋଗରେ ବୈଜୟନ୍ତ ପଣ୍ଡାଙ୍କୁ ଘେରିଛି ବିଜେଡି । ସୋସିଆଲ ମିଡିଆରେ ଆଟାକ କରିଛି ଦଳ । ଅଧିକ ପଢନ୍ତୁ...

ଅର୍ଥ ହେରଫେର ଅଭିଯୋଗ
ଅର୍ଥ ହେରଫେର ଅଭିଯୋଗ

By

Published : Oct 27, 2020, 8:55 AM IST

ଭୁବନେଶ୍ବର: ରାଜ୍ୟର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ଦୁହିଁଙ୍କ ମାଲିକାନାରେ ଥିବା କମ୍ପାନୀଗୁଡିକରେ ବ୍ୟାପକ ଆର୍ଥିକ ହେରଫେର ହେଉଥିବାର ଅଭିଯୋଗ ଆଣିଛି ସ୍ବେଚ୍ଛାସେବୀ ସଙ୍ଗଠନ ‘ପାଥ୍‌’ । ଯାହାକୁ ନେଇ ବୈଜୟନ୍ତଙ୍କୁ ଘେରିଛି ବିଜେଡି ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ବିଟରରେ ବୈଜୟନ୍ତଙ୍କୁ ଘେରିବା ସହ #JayPandaExposed ଲେଖି ଟ୍ବିଟ୍ କରିଛନ୍ତି । ଏହାସହ 2020 ମସିହା ଫେବୃଆରୀ 7ତାରିଖରେ ଦିଲ୍ଲୀ ହାଇକୋର୍ଟ ଏନେଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବି କାହିଁକି ତଦନ୍ତ ହେଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଯାହା ବୈଜୟନ୍ତଙ୍କୁ ଅଡୁଆରେ ପକାଇଛି ।

ଟ୍ବିଟ୍‌ରରେ ସବୁବେଳେ ସକ୍ରିୟ ଥିବା ବୈଜୟନ୍ତଙ୍କୁ ଦଳ ଟ୍ବିଟ୍‌ରେ ହିଁ ଘେରିଛି । ସ୍ଥିତି ଏପରି ହୋଇଛି ଯେ, #JayPandaExposed ଟ୍ରେଣ୍ଡ କରୁଥିବା ଦେଖାଦେଇଛି ।

ସୂଚନାଥାଉକି, ସୋମବାର ଦିଲ୍ଲୀ ପ୍ରେସ କ୍ଲବ ଅଫ୍ ଇଣ୍ଡିଆରେ ସ୍ବେଚ୍ଛାସେବୀ ସଂଗଠନ ‘ପାଥ୍’ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡାଙ୍କ ମାଲିକାନାରେ ଥିବା କମ୍ପାନିଗୁଡିକରେ ବିପୁଳ ପରିମାଣର ଅର୍ଥ ହେରଫେର ହେଉଥିବା ଅଭିଯୋଗ ଅଣାଯାଇଥିଲା ।

ବାହାମାସ ଦ୍ବୀପରେ ଦୁଇଟି ଜାଲି କମ୍ପାନୀ ଜରିଆରେ ଏହି ଆର୍ଥିକ ହେରଫେର ହେଉଥିବା ସଙ୍ଗଠନ ପକ୍ଷରୁ କୁହାଯାଇଥିଲା । ଏନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରାଯାଇଥିବାବେଳେ କୋର୍ଟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ତଦନ୍ତରେ ଅଗ୍ରଗତି ହେଉନଥିବା ଦର୍ଶାଇ ଏହାକୁଲ ତ୍ବରାନ୍ବିତ କରିବାକୁ ପିଏମଓ ପକ୍ଷରୁ ଆଦେଶ ଦିଆଯାଉ ବୋଲି ସଙ୍ଗଠନ ଦାବି କରିଥିଲା । ଯାହାକୁ ନେଇ ବିଜେଡି ମଧ୍ୟ ବୈଜୟନ୍ତଙ୍କୁ ଘେରିଛି ।

ABOUT THE AUTHOR

...view details