ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନର ତୃତୀୟ ଦିନ । କୋରୋନା କଟକଣା ମଧ୍ୟରେ ଗୃହକାର୍ଯ୍ୟ ଚାଲିଥିବା ବେଳେ କୃଷି ବିଲ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟତା ମାଗିଲେ କଂଗ୍ରେସ ବିଧାୟକ ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଲୋକସଭାରେ ସମର୍ଥନ କରୁଛନ୍ତି ହେଲେ ରାଜ୍ୟସଭାରେ ବିରୋଧ କରୁଛନ୍ତି । ତେଣୁ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ । ସେପଟେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେ କହିଛନ୍ତି ଯେ, ଲୋକସଭାରେ ସମର୍ଥନ କରୁଛନ୍ତି ରାଜ୍ୟସଭାରେ ବିରୋଧ କଥା ଭୁଲ । ବିଜେଡି ସାଂସଦ ଅନୁଭବ ମହାନ୍ତି ଲୋକସଭାରେ ସ୍ପଷ୍ଟ ଭାବେ କହିଛନ୍ତି କି ବିଲ ଷ୍ଟାଣ୍ଡିଂ କମିଟିକୁ ପଠାଯାଉ । ସ୍କ୍ରୁଟିନିର ଆବଶ୍ୟକତା ରହିଛି । ରାଜ୍ୟସଭାରେ ସାଂସଦ ମଧ୍ୟ ଷ୍ଟାଣ୍ଡ ରଖିଛନ୍ତି ।