ଓଡିଶା

odisha

ETV Bharat / city

Paika Rebellion ପ୍ରସଙ୍ଗରେ ସରକାର ବିରୋଧୀ ମୁହାଁମୁହିଁ - Minister State Tourism & Odia Language Literature & Culture Jyoti Prakash Panigrahi

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବି କରି ପୁଣି ବିଧାନସଭାରେ ସଂକଳ୍ପ ପାରିତ କଲେ ରାଜ୍ୟ ସରକାର । ସେପଟେ ବିଜେପି ସଚେତକ ମୋହନ ମାଝୀ କହିଛନ୍ତି ବିଜେପି ପାଇକ ବିଦ୍ରୋହକୁ ମାନ୍ୟତା ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛି । ଅଧିକ ପଢନ୍ତୁ

Resolution passed
Resolution passed

By

Published : Dec 7, 2021, 10:22 PM IST

ଭୁବନେଶ୍ବର: ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବି କରି ପୁଣି ବିଧାନସଭାରେ ସଂକଳ୍ପ ପାରିତ କଲେ ରାଜ୍ୟ ସରକାର (Resolution passed in Odisha Assembly demanding recognition of Paika Bidroha as India's First War Of Independence) ।

Paika Rebellion ପ୍ରସଙ୍ଗରେ ସରକାର ବିରୋଧୀ ମୁହାଁମୁହିଁ

ଏନେଇ ସଂକଳ୍ପ ଆଣିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (Minister State Tourism & Odia Language Literature & Culture Jyoti Prakash Panigrahi) ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ବିଧାନସଭାରେ ପାରିତ ସଂକଳ୍ପ କେନ୍ଦ୍ର ସରକାରଙ୍କୁ ପଠାଯିବ । କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁନର୍ବାର ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସଂକଳ୍ପ ପାରିତ କଲେ ସରକାର। ଗୃହରେ ସର୍ବସମ୍ମତି କ୍ରମେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ଏହି ସଂକଳ୍ପ ପାରିତ ହୋଇଛି।

ଏହାକୁ ନେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହାକୁ ଖାରଜ କରିବା ଅତ୍ୟନ୍ତ ଦୁଃଖଦ ଘଟଣା ।

ସେପଟେ ବିଜେପି ସଚେତକ ମୋହନ ମାଝୀ କହିଛନ୍ତି ବିଜେପି ପାଇକ ବିଦ୍ରୋହକୁ ମାନ୍ୟତା ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛି । ଏହି ପ୍ରସଙ୍ଗ ଯେଉଁ ସ୍ତରକୁ ଯିବା କଥା ସେ ସ୍ତରକୁ ନେଇଛି ବିଜେପି। ବିଜେଡି ଏହାକୁ ନେଇ ରାଜନୀତି କରୁଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details