ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ନେଇ ସରଗରମ ହେଲାଣି ରାଜନୀତି । ପ୍ରଚାର ମଧ୍ୟ ଜୋରଦାର କଲେଣି ବିଭିନ୍ନ ରାଜନୈତିକ ଦଳ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ ଓ ବିଜେପି ବିଧାୟକ ନାଉରି ନାୟକ । ରୋହିତ କହିଛନ୍ତି ଯେ, ବ୍ରଜରାଜନଗର ଜନସାଧାରଣଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅଦ୍ଭୁତ ପୂର୍ବ ସମର୍ଥନ ରହିଛି । ଓଡିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି 5 ଥର ସରକାର ଗଢିଛି ।
ଦଳ ପ୍ରତି ଲୋକଙ୍କର ଭଲ ପାଇବା ଓ ବିଶ୍ବାସ ଅଛି । ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି ଯେଉଁ ଭଲ ପାଇବା ଥିଲା ତାହା ତାଙ୍କ ପତ୍ନୀଙ୍କ ପାଇଁ ବି ଅଛି । ତେଣୁ ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟ ହେବେ । ଦୁଇ କେନ୍ଦ୍ରୀୟ ଦଳର ଷ୍ଟାର ପ୍ରଚାର ବ୍ରଜରାଜନଗର ଆସି ପ୍ରଚାର କରିବେ । ଏନେଇ କଟାକ୍ଷ କରିଛନ୍ତି ରୋହିତ । ନିର୍ବାଚନ ବେଳେ ଉଡା ଚଢେଇ ପ୍ରଚାର ଲାଗି ଆସିବେ । ନିର୍ବାଚନ ସମୟରେ ଆସି ଖାଲି ବୁଲି ଦେଲେ ହେବନି । ଲୋକେ ଜାଣିଛନ୍ତି ବିଜେଡି ତାଙ୍କ ସହିତ ଥିଲା, ଅଛି । ଆଗକୁ ମଧ୍ୟ ରହିବ । ନିର୍ବାଚନ ସମୟରେ ଉଡାଚଢେଇ ଭଳି ଆସି ପ୍ରଚାର କଲେ ବିଜେଡିର କିଛି କ୍ଷତି ହେବନାହିଁ ।