ଭୁବନେଶ୍ବର:ବାତ୍ୟା ୟସ ପ୍ରସଙ୍ଗରେ ବିଜେପିକୁ ଶାସକ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଟାର୍ଗେଟ ପ୍ରସଙ୍ଗରେ ପାଲଟା ଜବାବ ରଖିଛନ୍ତି ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ମୋହନ କହିଛନ୍ତି, ଭଲ କାମ ଯୋଗୁଁ ରାଜ୍ୟ ସରକାର ପ୍ରଶଂସା ପାଇଛନ୍ତି, ତାହା ଠିକ ଅଛି । କିନ୍ତୁ ବାତ୍ୟାଞ୍ଚଳ ପ୍ରଭାବିତ ଲୋକେ ଖାଇବାଠୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ପାଇନାହାନ୍ତି । ପ୍ରଶଂସା ସାଉଁଟିବାରେ ବିଜେଡି ସିଦ୍ଧହସ୍ତ । କିନ୍ତୁ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ କରିନାହାନ୍ତି ରାଜ୍ୟ ସରକାର ।
ସେଥିପାଇଁ ହିଁ କେନ୍ଦ୍ରୀୟ ଟିମକୁ ବିଜେପି ପ୍ରତିନିଧି ଦଳ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଛି । ବିରୋଧୀ ଦଳ ବିଜେପି ଶସ୍ତା ସମାଲୋଚନା କରିନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।