ଭୁବନେଶ୍ବର:ବିଜେବି କଲେଜର ଯୁକ୍ତ ତିନି ଛାତ୍ରୀ ରୁଚିକା ମହାନ୍ତି ସୁଇସାଇଡ କରିଛନ୍ତି । ଏହାର କାରଣ ସେ ଛାଡି ଯାଇଥିବା ସୁଇସାଇଡ ଲେଟରକୁ ନେଇ ଅନେକ ଦିଗ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଲେଖିଛନ୍ତି, ସିନିୟରଙ୍କ ରାଗିଂ ସହିପାରିଲେନି, ଏପରିକି ରାଗିଂରେ ଏତେ ଅତିଷ୍ଠ ହେଲେ ଯେ ବାଧ୍ୟ ହୋଇ ସୁଇସାଇଡ କରିଛନ୍ତି । ଏଥିପାଇଁ 3 ଜଣ ଦାୟୀ ବୋଲି ସେ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ ସେହି ତିନି ଜଣଙ୍କ ଉପରେ ତାଙ୍କ ବାପା ମା’ଙ୍କର ନିଶ୍ବାସ ପଡିବ ବୋଲି ସେ ଲେଖିଛନ୍ତି ।
ତେବେ କଲେକ୍ଟର ହେବାକୁ ଆଶା ରଖିଥିବା ଏହି ଛାତ୍ରୀ ଜଣକ ଏମିତି କେଉଁ ରାଗିଂରେ ଅତିଷ୍ଠ ହେଲେ ଶେଷରେ ଏମିତି ଚରମ ପଦକ୍ଷେପ ନେଲ ତାହା ସବୁଠାରୁ ବଡ ପ୍ରଶ୍ନ । ଏନେଇ କାହିଁକି ସେ ତାଙ୍କର ସହପାଠିନୀଙ୍କୁ ଜଣାଇଲେ ନାହିଁ ? ଏପରିକି ହଷ୍ଟେଲରେ ଥିବା ଓ୍ବାର୍ଡେନ କ’ଣ କରୁଥିଲେ ? ଏଥିସହ କଲେଜର ଆଣ୍ଟି ରାଗିଂ ୟୁନିଟ କିପରି କାମ କରୁଛି, କେମିତି ଜାଣିପାରିଲେନି କଲେଜ ହଷ୍ଟେଲରେ ଏପରି ସିରିୟସ ରାଗିଂ ଚାଲିଛି ? ଏତେବଡ ପ୍ରତିଷ୍ଠିତ କଲେଜରେ ଏପରି ଘଟଣା ବଡ ପ୍ରଶ୍ନବାଚି ସୃଷ୍ଟି କରିଛି । ଏପରିକି କଲେଜର ହଷ୍ଟେଲକୁ ଆସୁଥିବା ନୂତନ ଛାତ୍ରୀ ଓ ତାଙ୍କ ପରିବାର ଏବେ ଭୟଭୀତ ହୋଇପଡିଛନ୍ତି ।