ଓଡିଶା

odisha

ETV Bharat / city

ରୁଚିକା ଆତ୍ମହତ୍ୟା ଘଟଣା: ବିଧାନସଭାରେ ବିବୃତ୍ତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତ୍ତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ କହିଛନ୍ତି ଏହା ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା । ଅଧିକ ପଢନ୍ତୁ

ରୁଚିକା ଆତ୍ମହତ୍ୟା ଘଟଣା:ବିଧାନସଭାରେ ବିବୃତ୍ତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ
ରୁଚିକା ଆତ୍ମହତ୍ୟା ଘଟଣା:ବିଧାନସଭାରେ ବିବୃତ୍ତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

By

Published : Jul 4, 2022, 8:55 PM IST

Updated : Jul 4, 2022, 10:12 PM IST

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ କହିଛନ୍ତି ଏହା ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା । ଗୃହରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।

ରୁଚିକା ଆତ୍ମହତ୍ୟା ଘଟଣା:ବିଧାନସଭାରେ ବିବୃତ୍ତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଗୃହରେ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ନିର୍ଦ୍ଦେଶ ରହିଛି ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅଭିମୁଖ୍ୟକୁ ବଜାୟ ରଖିବାକୁ । ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ୩ଟି ଟିମ ଗଠନ କରିଛି କମିଶନରେଟ ପୋଳିସ । ଡିସିପିଙ୍କ ତତ୍ତ୍ବାବଧାନରେ ଘଟଣାର ତଦନ୍ତ ହେଉଛି ।

ମନ୍ତ୍ରୀ ଆହୁରି କହିଛନ୍ତି ମୃତା ଛାତ୍ରୀଙ୍କ ମାଙ୍କ ଏତଲା ଆଧାରରେ ବଡଗଡ କେଶ ନଂ ୨୨୬ /୨୨ରେ IPC ଦଫା ୩୦୬ ଏବଂ ୩୪ ରେ ମାମଲା ପଞ୍ଜିକୃତ ହୋଇଛି । ତଦନ୍ତ ପାଇଁ ୩ ଗୋଟି ଟିମ ଗଠନ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଚାଲିଛି । ମୃତା ଛାତ୍ରୀଙ୍କ ହାତ ଲେଖା ଚିଠିକୁ ନେଇ ପୋଲିସ ତଦନ୍ତ କରୁଛି । ଏହାସହ ପୋଲିସ ଘଟଣାରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ, କଲେଜ ପ୍ରିନ୍ସିପାଲ ଓ ମାଟ୍ରନ ଓ ହଷ୍ଟେଲରେ ଥିବା ଛାତ୍ରୀମାନଙ୍କୁ ପଚରାଉଚୁରା କରୁଛି । ଗୃହ ବିଭାଗ ଘଟଣାକୁ ନେଇ ସଚେତନ ଅଛି । ଘଟଣାରେ ଯାହାର ବି ସମ୍ପୃକ୍ତି ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୃହରେ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 4, 2022, 10:12 PM IST

ABOUT THE AUTHOR

...view details