ଭୁବନେଶ୍ବର :ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ମହିଳା କମିଶନ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ମହିଳା କମିଶନର ୩ ଜଣିଆ ଟିମ ଏହି ସ୍ପର୍ଷକାତର ଘଟଣାର କରିବେ ତଦନ୍ତ । ମହିଳା କମିଶନ ଅଧ୍ୟକ୍ଷାଙ୍କ ନେତୃତ୍ବରେ ତିନି ଜଣିଆ ଟିମ ଆଜି ବିଜେବି କଲେଜରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ତଦନ୍ତକାରୀ ଦଳ ଘଟଣାସ୍ଥଳ ବୁଲିବାସହ ହଷ୍ଟେଲ ୱାର୍ଡନ ଏବଂ ହଷ୍ଟେଲ ଛାତ୍ରୀଙ୍କୁ ପଚାର ଉଚରା କରିଛନ୍ତି ।
ବିଜେବି କଲେଜ ଛାତ୍ରୀଙ୍କ ଆତ୍ମାହତ୍ୟା ଘଟଣା : ମହିଳା କମିଶନଙ୍କ ତଦନ୍ତ ଆରମ୍ଭ - ମହିଳା କମିଶନରଙ୍କ ତଦନ୍ତ ଆରମ୍ଭ
ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ । ରାଜ୍ୟ ମହିଳା କମିଶନ ପକ୍ଷରୁ ତଦନ୍ତ । ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦେବ କମିଶନ । ଅଧିକ ପଢ଼ନ୍ତୁ
ବିଜେବି କଲେଜ ଛାତ୍ରୀଙ୍କ ଆତ୍ମାହତ୍ୟା ଘଟଣା : ମହିଳା କମିଶନରଙ୍କ ତଦନ୍ତ ଆରମ୍ଭ
ଏହ ଏକ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏନେଇ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଥିଲେ ମହିଳା କମିଶନ ଅଧ୍ୟକ୍ଷା । ତଦନ୍ତ ପରେ ଏନେଇ ସେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର