ଓଡିଶା

odisha

By

Published : Jun 9, 2021, 6:43 AM IST

ETV Bharat / city

ବିଶ୍ୱ ଭୂଷଣ ହେଲେ ପ୍ରଦେଶ କଂଗ୍ରେସ IT-CELL ଅଧ୍ୟକ୍ଷ

ପ୍ରଦେଶ କଂଗ୍ରେସର ଆଇଟି-ସେଲର ଅଧ୍ୟକ୍ଷ ହେଲେ ବିଶ୍ବ ଭୂଷଣ । ଏ ନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ବିଜ୍ଞପ୍ତି ଜାରି । ଅଧିକ ପଢନ୍ତୁ...

ବିଶ୍ୱ ଭୂଷଣ ହେଲେ ପ୍ରଦେଶ କଂଗ୍ରେସ ଆଇଟି-ସେଲ ଅଧ୍ୟକ୍ଷ
ବିଶ୍ୱ ଭୂଷଣ ହେଲେ ପ୍ରଦେଶ କଂଗ୍ରେସ ଆଇଟି-ସେଲ ଅଧ୍ୟକ୍ଷ

ଭୁବନେଶ୍ବର:କଂଗ୍ରେସର ଯୁବ ନେତା ବିଶ୍ବ ଭୂଷଣ ମହାପାତ୍ରଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ପ୍ରଦେଶ କଂଗ୍ରେସର ଆଇଟି-ସେଲର ଅଧ୍ୟକ୍ଷ ହେଲେ ବିଶ୍ବ ଭୂଷଣ । ଏ ନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଶ୍ୱ ଭୂଷଣ ହେଲେ ପ୍ରଦେଶ କଂଗ୍ରେସ ଆଇଟି-ସେଲ ଅଧ୍ୟକ୍ଷ

ଜାତୀୟ କଂଗ୍ରେସ ତରଫରୁ ବିଶ୍ବ ଭୂଷଣଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି । ଅଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ପ୍ରତ୍ୟେକ ରାଜ୍ୟ ପାଇଁ ଆଇଟି-ସେଲ ଅଧ୍ୟକ୍ଷ ନାଁ ଘୋଷଣା କରାଯାଇଛି । ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ ସିଂ ଏ ନେଇ ସୂଚନା ଦେଇଛନ୍ତି । କଂଗ୍ରେସର ଯୁବ ନେତା ବିଶ୍ବ ଭୂଷଣ ମହାପାତ୍ରଙ୍କୁ ଓଡ଼ିଶା ଆଇଟି-ସେଲ ଅଧ୍ୟକ୍ଷ କରାଯାଇଛି । ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ବିଭିନ୍ନ ମିଥ୍ୟା ତଥ୍ୟକୁ ତର୍ଜମା କରି ସଠିକ ସୂଚନା ଦେବାରେ ବିଶ୍ବ ସିଦ୍ଧହସ୍ତ ।

ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଥିବାରୁ ରାଷ୍ଟ୍ରୀୟ ଓ ରାଜ୍ୟ ନେତୃତ୍ବଙ୍କୁ ଧନ୍ୟବାଦ ଜଣେଇଛନ୍ତି ବିଶ୍ବ । ବିଧିବଦ୍ଧ ଭାବେ ଦାୟିତ୍ବ ନେବା ପରେ ପ୍ରତ୍ୟେକ ଜିଲ୍ଲା, ବ୍ଳକ ସ୍ତରରେ ଦଳୀୟ ଆଇଟି ସେଲକୁ ସକ୍ରିୟ କରିବେ ବୋଲି କହିଛନ୍ତି ବିଶ୍ବ । ବିଭିନ୍ନ ଦଳ ପକ୍ଷରୁ ଜାରି ହେଉଥିବା ମିଥ୍ୟା ଓ କପୋଳକଳ୍ପିତ ସୂଚନାକୁ ପ୍ରତିରୋଧ କରିବା ସହ ସଠିକ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ବିଶ୍ବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details