ଭୁବନେଶ୍ବର:ଓଡିଶାର ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ବିର ସୁରେନ୍ଦ୍ର ସାଏ । ଖେଳକୁଦ ବୟସରେ ହାତରେ ଅସ୍ତ୍ର ଧରି ଇଂରେଜଙ୍କ ବିରୋଧରେ ସେ ଉଠାଇଥିଲେ ସ୍ବର । ଆଜି ହେଉଛି ସେହି ମହାନ ସଂଗ୍ରାମୀଙ୍କ ଜୟନ୍ତୀ । ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିର ସୁରେନ୍ଦ୍ର ସାଏ । ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ ।
ମାତ୍ର ୧୮ ବର୍ଷ ବୟସରେ ସେ ସମ୍ବଲପୁର ଜିଲ୍ଲାରେ ଇଂରେଜଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ୧୮୨୭ ସେହି ସମୟରେ ସମ୍ବଲପୁରର ଶାସକ ମହାରାଜ ସାଏଙ୍କ ମୃତ୍ୟୁ ପରେ କେହି ଉତ୍ତରାଧିକାରୀ ନଥିଲେ । ଏହି ସମୟରେ ବ୍ରିଟିଶ ସରକାର ତାଙ୍କ ରାଣୀ ମୋହନ କୁମାରୀଙ୍କୁ ଶାସକ ଭାବେ ଘୋଷଣା କରିଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଏହାପରେ ଆରମ୍ଭ ହୋଇଥିବା ବିବାଦ ।
ଉତ୍ତରାଧିକାରୀ ପାଇଁ ସୁରେନ୍ଦର ସାଏଙ୍କୁ ଦାବି କରାଯାଉଥିବା ବେଳେ ମାତ୍ର ଇଂରେଜ ମାନେ ଏହା ଶୁଣିବାକୁ ନାରାଜ ଥିଲେ । ଏହା ପରେ ଆରମ୍ଭ ହୋଇଥିବା ବିଦ୍ରୋହ । ସୁରେନ୍ଦ୍ର ସାଏ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଗୋଣ୍ଡ ଜମିଦାର ମାନେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଆଉ ଏବି ବିଦ୍ରୋହ ଯୋଗୁଁ ୧୮୪୦ରେ ସୁରେନ୍ଦର ସାଏ ଓ ତାଙ୍କ ଭାଇ ଉଦ୍ୟନ୍ତଙ୍କୁ ଇଂରେଜ ମାନେ ଗିରଫ କରି ହଜାରିବାଗ ଜେଲରେ ବନ୍ଦି କରିଥିଲେ ।