ଓଡିଶା

odisha

ETV Bharat / city

ଜୟନ୍ତୀରେ ମନେପଡିଲେ ଲୁଲୁ, ଭାବବିହ୍ୱଳ ହେଲେ ଝିଅ ଉପାସନା - ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ର

ପାଳିତ ହୋଇଛି ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ 56ତମ ଜୟନ୍ତୀ । ରାଜଧାନୀସ୍ଥିତ ଇଡକଲ ଅଡିଟୋରିୟମରେ ଲୁଲୁ ସେନା ପକ୍ଷରୁ ତାଙ୍କର ଜୟନ୍ତୀ ପାଳନ କରାଯାଇଛି ।

birth anniversary of lulu mohapatra
ଜନ୍ମ ଜୟନ୍ତୀରେ ମନେ ପଡିଲେ ଲୁଲୁ

By

Published : Feb 14, 2020, 5:18 PM IST

ଭୁବନେଶ୍ବର: ପାଳିତ ହୋଇଛି ଦିବଂଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ 56ତମ ଜୟନ୍ତୀ । ରାଜଧାନୀସ୍ଥିତ ଇଡକଲ ଅଡିଟୋରିୟମରେ ଲୁଲୁ ସେନା ପକ୍ଷରୁ ତାଙ୍କର ଜୟନ୍ତୀ ପାଳନ କରାଯାଇଛି । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ଦାସ ପ୍ରମୁଖ ଯୋଗଦେଇ ଲୁଲୁ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଜନ୍ମ ଜୟନ୍ତୀରେ ମନେ ପଡିଲେ ଲୁଲୁ

ଏହି ଅବସରରେ ପିସିସି ସଭାପତି କଂଗ୍ରେସ ପ୍ରତି ଲୁଲୁଙ୍କ ଅବଦାନ ସମ୍ପର୍କରେ କହିଥିବାବେଳେ ବିରୋଧୀ ଦଳ ଉପନେତା ଲୁଲୁଙ୍କୁ ମୁକୁଟ ବିହିନ ରାଜା ବୋଲି କହିଛନ୍ତି । ସେହିପରି ବାପାଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡିଛନ୍ତି ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ।

ସୂଚନାଥାଉକି, ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେପିରେ ସାମିଲ ହୋଇଥିଲା । ପରେ ବିଜେପି ଟିକେଟରେ ଲୁଲୁଙ୍କ ସାନ ଭାଇ ଲଳିତେନ୍ଦୁ ମହାପାତ୍ର ବ୍ରହ୍ମଗିରିରୁ ବିଧାୟକ ହୋଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details