ଭୁବନେଶ୍ବର:ଦେଶରେ ବାର୍ଡ ଫ୍ଲୁ'ର ଆତଙ୍କ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ନନ୍ଦନକାନନ ପକ୍ଷୀ ଏନକ୍ଲୋଜର ଭିତରକୁ ପର୍ଯ୍ୟଟକଙ୍କ ବୁଲିବା ଉପରେ ନିଷେଧାଦେଶ ଜାରି କରାଯାଇଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ବାର୍ଡ ଫ୍ଲୁ'ର ଭୟ ଘାରିଛି। ବାର୍ଡ ଫ୍ଲୁ ସଂକ୍ରମଣ ରୋକିବାକୁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ନେଉଛନ୍ତି। କୌଣସି ଅଜଣା ବିପଦକୁ ଅଯଥାରେ ଟାଣି ଆଣିବାକୁ ଚାହୁଁନାହାନ୍ତି। ତେବେ ପ୍ରାଣୀ ଉଦ୍ୟାନର ଅନ୍ୟ ଏନକ୍ଲୋଜର ପୂର୍ବପରି ଖୋଲା ରହିବ। ସେଠାକୁ ଯିବାକୁ କୌଣସି ପର୍ଯ୍ୟଟକଙ୍କ ପାଇଁ କିଛି କଟକଣା ରହିବ ନାହିଁ।