ଓଡିଶା

odisha

ETV Bharat / city

Migratory Bird Census: ନନ୍ଦନକାନନରେ ପକ୍ଷୀ ଗଣନା ଆରମ୍ଭ - ନନ୍ଦନକାନନରେ ପକ୍ଷୀ ଗଣନା ଆରମ୍ଭ

ନନ୍ଦନକାନନ ପକ୍ଷରୁ ଆଜି ଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା(migratory bird census) । ଅଧିକ ପଢନ୍ତୁ

migratory bird census: ନନ୍ଦନକାନନରେ ପକ୍ଷୀ ଗଣନା ଆରମ୍ଭ
migratory bird census: ନନ୍ଦନକାନନରେ ପକ୍ଷୀ ଗଣନା ଆରମ୍ଭ

By

Published : Feb 6, 2022, 12:16 PM IST

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତ୍ୟେକ ବର୍ଷ ଦେଶବିଦେଶରୁ ପକ୍ଷୀମାନଙ୍କ ଆଗମନ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଦେଶବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀଙ୍କ ସମାଗମ ହୋଇଛି। ନନ୍ଦନକାନନ ପକ୍ଷରୁ ଆଜି ଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା(migratory bird census in nandankanan) । ୨୦ ଜଣକୁ ନେଇ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା ପକ୍ରିୟା।

ପ୍ରଥମ ଦିନରେ ୨୦ ଜଣ ପଞ୍ଜୀକରଣ କରିଥିବା ବେଳେ ଯଦି କେହି ପକ୍ଷୀ ଗଣନାରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏଥି ନିମନ୍ତେ 9438918583 ଏବଂ 9438918584 ଦୁଇଟି ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ପକ୍ଷୀଗଣନାରେ ଦାୟିତ୍ବରେ ଥିବା ବାୟୋଲୋଜିଷ୍ଟ ରାଜେଶ ମହାପାତ୍ର ଓ ଶିକ୍ଷାଧ୍ୟାକାରୀ ମିଲନ ପଣ୍ଡାଙ୍କ ସହ ଯୋଗାଯୋଗ କରି ପକ୍ଷୀ ଗଣନାରେ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details