ଭୁବନେଶ୍ବର: ଏପ୍ରିଲ୍ ୧୮ ତାରିଖରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କରାଯିବ । କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଜାନୁଆରୀ ୭ରୁ ବନ୍ଦ ଥିଲା ବାୟୋମେଟ୍ରିକ ବ୍ୟବସ୍ଥା । ତେବେ କୋରୋନା ସଂକ୍ରମଣ କମିବାରେ ଲାଗିଥିବାରୁ ଏବେ ପୁଣି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ ।
ଆସନ୍ତା ୧୮ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ - ବାୟୋମେଟ୍ରିକ୍ ଉପସ୍ଥାନକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଚିଠି
ଏପ୍ରିଲ୍ ୧୮ ତାରିଖରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କରାଯିବ । କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଜାନୁଆରୀ ୭ରୁ ବନ୍ଦ ଥିଲା ବାୟୋମେଟ୍ରିକ ବ୍ୟବସ୍ଥା । ଅଧିକ ପଢ଼ନ୍ତୁ
![ଆସନ୍ତା ୧୮ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ ଅପ୍ରେଲ ୧୮ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ ଆରମ୍ଭ](https://etvbharatimages.akamaized.net/etvbharat/prod-images/768-512-15002873-thumbnail-3x2-chse.jpg)
ଅପ୍ରେଲ ୧୮ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ ଆରମ୍ଭ
ଏହାକୁ ନେଇ ବିଧିବଦ୍ଧ ଭାବରେ ଚିଠି କରି ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଏହି ଚିଠି ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କ ସହ ସରକାରୀ ବିଶ୍ବ ବିଦ୍ୟାଳୟ କୁଳପତିଙ୍କୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ