ଭୁବନେଶ୍ବର: ମହଙ୍ଗା ବଜାରରେ ଖର୍ଚ୍ଚ କାଟ ସହ କମ ସମୟରେ ରୋଷେଇ କରିବାକୁ ଚାହୁଁଛନ୍ତି କି ? ଆଉ ଚିନ୍ତା କରିବାର ନାହିଁ । କାରଣ ଓଡ଼ିଶା ବଜାରକୁ ଆସିଛି ଏକ ନୂଆ ଚୁଲା । ଯାହାର ନା ହେଉଛି ବାୟୋଫ୍ଲେମ ସ୍ମୋକଲେସ ଚୁଲା । ଏଥିରେ ମୋବାଇଲ୍ ଚାର୍ଜର କନେକ୍ଟ କରି ରୋଷେଇ କରିହେବ । ସମୟ ବଞ୍ଚିବା ସହ ଖୁବଶୀଘ୍ର ହେଉଛି ଖାଦ୍ୟ ପ୍ରସ୍ତୁତ । ବାଲିପାଟଣାର ବିଜୟକେତନ ବ୍ରହ୍ମା ନାମକ ବ୍ୟକ୍ତିଙ୍କ ପାଖରେ ରହିଛି ଏଭଳି ଚୁଲା । ଯେଉଁଥିରେ ୧କେଜି ଜାଳେଣି ବା ଘର ଓ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ୧୦ଜଣଙ୍କ ପାଇଁ ଖାଦ୍ଯ । ଖାଲି ସେତିକି ନୁହେଁ ଏଥିରୁ ଆପଣ ଚୁଲି ଭଳି ସୁଆଦିଆ ଖାଦ୍ୟ ପାଇପାରିବେ ।
ଏହା ଧୂଆଁ ମୁକ୍ତ ଚୁଲା ହୋଇଥିବାରୁ ସ୍ବାସ୍ଥ୍ୟକର ବା ହାଇଜେନିକ ଖାଇବା ଆପଣ ପାଇପାରିବେ । ଚୁଲାଟିର ଦାମ ରହିଛି ମାତ୍ର ୨୮୦୦ ଟଙ୍କା । ଅଳ୍ପ କିଛି କାଠରେ ଏଥିରେ ଖାଦ୍ଯ ପ୍ରସ୍ତୁତି ହେଉଥିବା ବେଳେ ବେଶ ଜୋରରେ ନିଆଁର ପ୍ରଖରତା ରହୁଛି । ଆଉ ସବୁଠାରୁ ବଡ କଥା ହେଲା ବହୁତ କମ ଅର୍ଥାତ ମୋବାଇଲ ଚାର୍ଜ ପାଇଁ ଖର୍ଚ୍ଚ ହେଉଥିବା ଇଲେକ୍ଟ୍ରିରେ ଖାଦ୍ଯ ପ୍ରସ୍ତୁତ ହୋଇଯିବ । ଆପଣ ଏଥିରେ ନିଆଁର ପ୍ରକୋପକୁ କମାଇ ଓ ବଢାଇ ପାରିବେ । ତେଣୁ ଏହି ନୂଆ ଓ ନିଆରା ଚୁଲି ମାଧ୍ୟମରେ କମ ଖର୍ଚ୍ଚରେ ଗାଁର ସେହି ସୁସ୍ବାଦୁ ଖାଦ୍ଯ ଖାଇପାରିବେ । ଆବଶ୍ୟକ ସ୍ଥଳେ ପୂର୍ବରୁ ଏହାକୁ ଚାର୍ଜ କରିବା ସହ ପାୱାର ବ୍ଯାଙ୍କ ସଂଯୋଗ କରି ରୋଷେଇ କରିପାରିବେ । ଖାଲି ରୋଷେଇ ନୁହେଁ ଏହାକୁ ଆପଣ ରୁମ ହିଟର ଭାବେ ମଧ୍ୟ ବ୍ଯବହାର କରିପାରିବେ । ଏହି ସବୁ ସୁବିଧାକୁ ନେଇ ବାୟୋଫ୍ଲେମ ସ୍ମୋକଲେସ ଚୁଲାର ଚାହିଦା ଓଡିଶା ବଜାରରେ ବଢିବାରେ ଲାଗିଛି ।
ବିଶେଷ ଭାବେ ଗାଁର ମହିଳାଙ୍କ ପାଇଁ ପ୍ରସ୍ତୁତ ହେଇଥିବା ବେଳେ ସହରାଞ୍ଚଳରେ ମଧ୍ୟ ଏହାର ଚାହିଦା ଦେଖିବାକୁ ମିଳିଛି । ଏହି ଚାହିଦାକୁ ନେଇ କେବଳ ବାୟୋଫ୍ଲେମ ସ୍ମୋକଲେସ ଚୁଲା ନୁହେଁ ସୂର୍ଯ୍ୟ କମ୍ପାନୀ ବି ସମାନ ଚୁଲା ପ୍ରସ୍ତୁତି କରିଛି । ଯେଉଁଥିରେ ଆପଣ ଏକାସାଙ୍ଗରେ ୫୦ ଲୋକଙ୍କ ପାଇଁ ରୋଷେଇ କରିପାରିବେ । ତେବେ ଏହା କେବଳ ଇଲେକ୍ଟ୍ରି ଉତ୍ସ ନୁହେଁ ବରଂ ସୂର୍ଯ୍ୟ ରଶ୍ମି ବା ସୋଲାର ସିଷ୍ଟମରେ ବି ଖାଦ୍ୟ ପ୍ରସ୍ତୁତି ହୋଇପାରୁଛି । ଏଥିରେ ଡିସିରେ କରେଣ୍ଟ ଆସୁଥିବା ବେଳେ ବିଦ୍ୟୁତ ଆଘାତ ର ଭୟ ରହିବ ନାହିଁ । ମଟର ସହ ଫ୍ୟାନ ରହୁଥିବା ବେଳେ ଚୁଲିର ତଳ ଭାଗକୁ ଏହା ଥଣ୍ଡା ରଖିବା ସହ ନିଆଁର ଝାସକୁ ନଷ୍ଟ ହେବାକୁ ଦିଏନାହିଁ । ସାଧାରଣତଃ ନିଆଁ ଜଳିଯିବା ପରେ ଅଙ୍ଗାର ବା ପାଉଁଶ ବାହାରିଥାଏ । କିନ୍ତୁ ଏହାର ଟୋକାଲୋଜି ଏତେ ନିଆରା ଯେ ଏଥିରୁ କେବଳ ଧୂଳି ବାହାରୁଛି । ତେଣୁ ଗାଁ ହେଉ ଅବା ସହରର ଧିରେ ଧିରେ ଏହି ଚୁଲାକୁ ସମସ୍ତେ ଆପଣେଇବା ଆରମ୍ଭ କଲେଣି । ସ୍ମୋକଲେସ ଚୁଲାରେ ପ୍ରସ୍ତୁତ ସୁସ୍ୱାଦୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଜୟ କେତନଙ୍କ ପାଖରେ ଅର୍ଡରର ଲାଇନ ଲାଗୁଛି ।