ଭୁବନେଶ୍ବର: ଚଳିତବର୍ଷ ବିମଷ୍ଟେକ 2020 ଫୋକସରେ ' ଐତିହ୍ୟ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ' ଥିମ୍ । ଫେବୃଆରୀ 11 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ରାମଚଣ୍ଡୀ କୂଳରେ ଦ୍ବିତୀୟ ବିମଷ୍ଟେକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମରାଭ୍ୟାସ ଆରମ୍ଭ ହେବ। 11 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭୁବନେଶ୍ବରରେ ସମ୍ମିଳନୀ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବେ।
ରାଜ୍ୟରେ ତିନି ଦିନିଆ ବିମଷ୍ଟେକ ପ୍ରାକୃତିକ ବିପର୍ଯ୍ୟୟ ସମରାଭ୍ୟାସ ପ୍ରାକୃତିକ ବିପର୍ଯ୍ୟୟ କବଳରୁ ଐତିହ୍ୟ, ସଂସ୍କୃତି ସମୂହକୁ ସୁରକ୍ଷା ଦେବା ତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଚଳିତବର୍ଷର ବିମଷ୍ଟେକ କର୍ମଶାଳାର ଥିମ ରହିଛି। ବିପର୍ଯ୍ୟୟ ସମୟରେ କିଭଳି ଭାବରେ ପଦକ୍ଷେପ ନିଆଯିବା ଆବଶ୍ୟକ ତା’ର ନିଚ୍ଛକ ବାସ୍ତବ କାର୍ଯ୍ୟନ୍ବୟନ ରାମଚଣ୍ଡୀ କୂଳରେ ଦେଖିବେ ଦେଶ ବିଦେଶୀରୁ ଆସିଥିବା ଅତିଥି । ଏଥିପାଇଁ ସମୂଦ୍ରକୂଳରେ ନିର୍ମିତ ହୋଇଛି ଅଭ୍ୟାସ ଏବଂ କୋଣାର୍କ ମନ୍ଦିରର ପ୍ରତିକୃତି।
ଐତିହ୍ୟ ସମ୍ପୂର୍ଣ୍ଣ ଓଡ଼ିଶାରେ ବାତ୍ୟା, ବନ୍ୟା ଓ ସୁନାମି ଲାଗି ରହିଥିବାବେଳେ ଜନ ଜୀବନ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି । ହେଲେ ଚଳିତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଦ୍ବିତୀୟ ବିମଷ୍ଟେକ 2020 କର୍ମଶାଳା ପ୍ରଥମ ଥର ପାଇଁ ଓଡ଼ିଶାର ଐତିହାସିକ ସ୍ବର୍ଣ୍ଣ ଚତୁର୍ଭୁଜ ଅଞ୍ଚଳ ରାମଚଣ୍ଡୀ କୂଳରେ ଆୟୋଜନ କରାଯିବ । ଏନେଇ ସୋମବାର ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ ।
ଚଳିତବର୍ଷ ଭାରତ ସମେତ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା,ଵାଂଲାଦେଶ, ମିଆଁମାର ଏବଂ ନେପାଳ ଏଥିରେ ଭାଗ ନେବେ। ଦେଶ ବିଦେଶରୁ ପ୍ରାୟ ୨୦୦ ଅତିଥି ଯୋଗଦେବେ। ଚଳିତବର୍ଷ ୟୁଏନ ପକ୍ଷରୁ ଇଂନସରାଗ ଏବଂ ଭାରତ ଐତିହ୍ୟ ସୁରକ୍ଷା ଉପରେ ଗୁରୁତ୍ବାରୋପ ହେବ । ଶେଷରେ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା, ବନ୍ୟା, ଭୂମିକମ୍ପ ସମୟରେ ଅଭିନବ ଶୈଳୀରେ ରକ୍ଷଣାବେକ୍ଷଣ ନେଇ ଚୂଡାନ୍ତ ପ୍ରୋଟୋକଲ ପଲିସି ପ୍ରସ୍ତୁତ କରାଯିବ।
ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଓଡ଼ିଶାର ସୁନାମ ରହିଛି। ତେଣୁ ଚଳିତବର୍ଷ ବିମଷ୍ଟେକ ୨୦୨୦ କର୍ମଶାଳା ଆୟୋଜନ କରାଯିବ। ଐତିହ୍ୟ ସମ୍ପର୍ଣ୍ଣ ଓଡ଼ିଶାରେ ଚଳିତବର୍ଷ ରାମଚଣ୍ଡୀ କୂଳରେ ପ୍ରଥମଥର ପାଇଁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଐତିହ୍ୟ ଅଞ୍ଚଳର ସୁରକ୍ଷା ନେଇ କର୍ମଶାଳା ହେବ। ତେବେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଆସିବ ବୋଲି ସୂଚନା ମିଳିଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଏହି ୭ ରାଷ୍ଟ୍ରୀୟ ବିମଷ୍ଟେକ ସମ୍ମିଳନୀରେ ଭାରତ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ମିଆଁମାର ଯୋଗଦେବେ । ଏଥିରେ କୌଣସି କାରଣବଶତଃ ଥାଇଲ୍ୟାଣ୍ଡ ଏବଂ ବର୍ମା ଯୋଗ ଦେବେ ନାହିଁ। ତେବେ ଏହି ୩ ଦିନିଆ ସମରାଭ୍ୟାସରେ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ବହୁ ସୁନାମଧନ୍ୟ ଅନୁଷ୍ଠାନ ଯୋଗ ଦେବେ। ଏହାସହ ରୋମର ପ୍ରଖ୍ୟାତ କାଳସଂସ୍କୃତି ସୁରକ୍ଷା ସଂସ୍ଥା ଇକ୍ରୋମ, ଭାରତର ୟୁଏନଡିପି, ଭାରତୀୟ ପାଣିପାଗ ବିଭାଗ ଭଳି ଅନ୍ୟାନ୍ୟ ସଂସ୍ଥା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ