ଓଡିଶା

odisha

ETV Bharat / city

ମହିଳାଙ୍କ ସମ୍ମାନ ପାଇଁ ବାଇକ ଯାତ୍ରା

ରାଜଧାନୀରେ ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ଦିବସରେ ମହିଳାଙ୍କ ସମ୍ମାନ ପାଇଁ ବାଇକ ଶୋଭାଯାତ୍ରା । ୟୁ ଦ ରୋଡ଼ କୁଇନ ପକ୍ଷରୁ ବାଇକ ଶୋଭାଯାତ୍ରା କରାଯାଇଛି । ଅଧିକ ପଢନ୍ତୁ...

By

Published : Mar 8, 2021, 8:41 PM IST

bike rally for women in bhubaneswar
ମହିଳାଙ୍କ ସମ୍ମାନ ପାଇଁ ବାଇକ ଯାତ୍ରା

ଭୁବନେଶ୍ବର: ମହିଳାଙ୍କ ସମ୍ମାନ ପାଇଁ ବାଇକ ଯାତ୍ରା । ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ଦିବସରେ ମହିଳାଙ୍କ ସମ୍ମାନ ପାଇଁ ବାଇକ ଶୋଭାଯାତ୍ରା । ୟୁ ଦ ରୋଡ଼ କୁଇନ ପକ୍ଷରୁ ବାଇକ ଶୋଭାଯାତ୍ରା କରାଯାଇଛି ।

ମହିଳାଙ୍କ ସମ୍ମାନ ପାଇଁ ବାଇକ ଯାତ୍ରା

ଆଜି ରାଜଧାନୀରେ ମହିଳାଙ୍କ ସମ୍ମାନର୍ଥେ ବାଇକ ଯାତ୍ରା କରାଯାଇଛି । ମୋଟ ୮ ଜଣ ମହିଳା ବାଇକ ରାଲିରେ କମିସନରେଟ ପୋଲିସ କାର୍ଯ୍ୟାଳୟରୁ ମହିଳା ଥାନା ପର୍ଯ୍ୟନ୍ତ ଯାଇଥିଲେ । ଟ୍ବୀନସିଟି କମିଶନର ସୁଧାଂଶୁ ଷଢଙ୍ଗୀ ସବୁଜ ପତାକା ଦେଖାଇବା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । କୋରୋନା ମହିଳା ଯୋଦ୍ଧାମାନଙ୍କୁ ଅର୍ଥାତ ଯେଉଁମାନେ ମହାମାରୀ ସମୟରେ ନିଜ ପରବାର ଛାଡି ଆମମାନଙ୍କ ସେବା କରିଥିଲେ ସେମାନଙ୍କୁ ସମ୍ମାନ ଦେଇଛି ସଂଗଠନ । କାରଣ ଜଣେ ମହିଳା ଖାଲି ଘରେ ନୁହେଁ ଅଫିସରେ ବି କାମ କରିଥାଏ । ଆଉ ତା ପରିବାର ସହ କର୍ତ୍ତବ୍ୟ ବି କରିଥାଏ । ତେଣୁ କର୍ତ୍ତବ୍ୟ ଓ ପରିବାର ମଧ୍ୟରେ ସନ୍ତୁଳନ ରଖି ମହିଳାମାନେ ନିଜର ଦାୟିତ୍ବ ନିଭାଇଥାନ୍ତି । ଆଉ ନିଜର ନାରୀ ଶକ୍ତିର ପରିଚୟ ଦେଇଥାନ୍ତି । ତେଣୁ ସେହି ମହିଳା ମାନଙ୍କୁ ଏହି ରୋଡ଼ କୁଇନ ମାନେ ସମ୍ମାନ ଜଣାଇ ବାଇକ ଶୋଭାଯାତ୍ରା କରିଥିଲେ ଆଉ ଝିଅବି କୋଉଥିରେ କମ ନୁହେ ତେଣୁ ନିଜ ସୁରକ୍ଷା ପାଇଁ ନିଜକୁ ବିଶ୍ବାସର ସହ ଲଢ଼ିବାକୁ ମହିଳା ମାନେ ପ୍ରତିକ୍ରିୟା ରଖିଥିଲେ ।

ଏହି ଦିବସରେ ଚୋର ମାନଙ୍କ ସହ ଲଢ଼ି ମୋବାଇଲ ଫୋନ ଛଡାଇ ଥିବା ଭୁବନେଶ୍ବରର ସାହସୀ ଝିଅ ରାନୁ ଡାକୁଆ ବି ସାମିଲ ହୋଇଥିଲେ । ଆଉ ନିଜ ପାଇଁ ନିଜେ ଉଦାହରଣ ସାଜି ନିଜ ଅଧିକାର ଓ ସୁରକ୍ଷା ପାଇଁ ସାହସର ସହ ଲଢ଼ିବାକୁ କହିଥିଲେ ଏହାସହ ଅନୁଗୁଳ ର ଆଦିବାସୀ ସୁନ୍ଦରୀ ଏହି କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details