ଭୁବନେଶ୍ବର: ରାଜଧାନୀରେ ନିଆରା ଢଙ୍ଗରେ ଲୁଟ । ଓଏଲଏକ୍ସରେ ଦିଆଯାଉଥିବା ବିଜ୍ଞାପନକୁ ଆଧାର କରି ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଲୁଟୁଥିଲେ । ଏମିତି ଢଙ୍ଗରେ ଲୁଟପାଟ କରିଥିବା ୧୧ଟି ସ୍କୁଟି ଓ ହଣ୍ଡା ଆକ୍ଟିଭା ଜବତ କରିଛି ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ । ଏହା ସହ ଅଭିଯୁକ୍ତ ଅମିତ ପାତ୍ର ଓରଫ ଜିତୁକୁ ଗିରଫ କରିଛି କମିଶନରେଟ ପୋଲିସ। ତେବେ ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନାରାୟଣ ମନ୍ଦିର ସାହିର ବୋଲି ଜଣାପଡ଼ିଛି ।
ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟ, ଧରାପଡିଲା ସ୍କୁଟି ଚୋର ଜିତୁ - bhubaneswar
ଓଏଲଏକ୍ସରେ ଦିଆଯାଉଥିବା ବିଜ୍ଞାପନକୁ ଆଧାର କରି ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଲୁଟ । ଏଭଳି ନିଆରା ଢଙ୍ଗରେ ଲୁଟ କରୁଥିବା ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...
ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟ, ଧରାପଡିଲା ସ୍କୁଟି ଚୋର ଜିତୁ
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଅମିତ ପାତ୍ର 2019 ମାର୍ଚ୍ଚ 27ରେ ସମାନ ଘଟଣା ପାଇଁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାର୍ଡ ହାତରେ ଧରା ପଡ଼ିଥିଲା । କିନ୍ତୁ ସେଠାରୁ ଜାମିନ ପାଇବା ପରେ ପୁଣି ସେହି କାର୍ଯ୍ୟରେ ଲିପ୍ତ ରହି ଆଜି ପୋଲିସ ହାତରେ ଧରା ପଡିଛି । ତେବେ ଯଦି ଅଭିଯୁକ୍ତ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା, ହୁଏତ ଆଜି ଆଉ ଥରେ ସେ ଭୁଲ କରିବାକୁ ସାହସ କରିନଥାନ୍ତା । ଯାହାକୁନେଇ ପୋଲିସର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ
Last Updated : Mar 1, 2021, 12:09 PM IST