ଭୁବନେଶ୍ବର: ପାର୍କି ପ୍ଲେସରେ ପଶି ଚୋରି। ସିସିଟିଭି ଓ ହାଇ ସିକ୍ୟୁରିଟି ସତ୍ତ୍ୱେ ନେଇଗଲେ ଦୁଇଚକିଆ ଗାଡି। ଆପଲୋ ହସ୍ପିଟାଲର ପାର୍କିଂରୁ ଏମିତି ଢଙ୍ଗରେ ଗାଡି ହୋଇଛି ଚୋରି । ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ୱେ କେମିତି ହେଲା ଗାଡି ଚୋରି ବୋଲି ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି।
ଯାଜପୁର ସୁକିନ୍ଦାର ହିମାଂଶୁ ଦୋରା।ସୁଚନା ମୁତାବକ ଗତ ୪ ତାରିଖରେ ଯାଜପୁରରୁ ରୋଗୀ ନେଇ ଆପୋଲୋକୁ ଆସିଥିଲେ ହିମାଂଶୁ । ପରେ ପାର୍କିରେ ଗାଡି ରଖି ରୋଗୀ ଚିକିତ୍ସାରେ ବ୍ଯସ୍ତ ଥିଲେ। ହେଲେ ପରେ ଆସି ଦେଖିବା ପରେ ଜାଣିବାକୁ ପାଇଲେ ତାଙ୍କ ଗାଡି ନାହିଁ। ସିକ୍ୟୁରିଟିରେ ପଚରାପଚରି ପରେ ସେମାନେ ଜାଣିନଥିବା କହିଲେ। ପରେ ହିମାଂଶୁଙ୍କ ଅଭିଯୋଗ ଗାଡି ଚୋରି ପଛରେ ସିକ୍ୟୁରିଟି ଗାର୍ଡର ହାତ ଅଛି ବୋଲି ସହିଦ ନଗର ଥାନାରେ ଏତଲା ଦେଲେ।