ଭୁବନେଶ୍ବର: ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ମୃତ ଓ ଆହତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣଧିନ କୋଠାର ଛାତ ଧସିବା ଘଟଣାରେ ଓଏଚଆରସି ଉଭୟ ଦିଲୀପ କଂଷ୍ଟ୍ରକକ୍ସନ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନୋଟିସ କରିଛି।
କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବ ଦିଲୀପ କଂଷ୍ଟ୍ରକକ୍ସନ ଦିଲୀପ କନଷ୍ଟ୍ରକ୍ସନ ବିମାନବନ୍ଦରର ଟ୍ରର୍ମିନାଲ 2 କାମକୁ ଠିକା ନେଇଥିବାବେଳେ ଜାରି ରହିଥିଲା ନିର୍ମାଣଧିନ କାର୍ଯ୍ୟ । ବିଳମ୍ବିତ ରାତିରେ ଛାତ ଭୁଶୁଡିବା ଘଟଣାରେ ଜଣେ ଶ୍ରମିକଙ୍କ ମୃତ ହୋଇଥିବାବେଳେ ଜଣେ ଆହତ ହୋଇଥିଲେ । ଉଭୟଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବ ଅଧିକାର ଆୟୋଗ।
ରାଜ୍ୟ ମାନବ ଅଧିକାର ଆୟୋଗର ନିର୍ଦେଶ..
ଓଏଚଆରସିଙ୍କ ଶୁଣାଣି ପରେ ପତିକ୍ରିୟା ରଖିଛନ୍ତି ଆବେଦନକାରୀ ଲଲାଟେନ୍ଦୁ ଦାସ। ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହତଙ୍କୁ 50 ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦିଲୀପ କନଷ୍ଟ୍ରକ୍ସନକୁ ଦିଆଯାଇଛି ନିର୍ଦେଶ। ଯଦି ଦିଲୀପ କନଷ୍ଟ୍ରକ୍ସନ ଏହି କ୍ଷତିପୂରଣ ନ ଦିଅନ୍ତି ତେବେ ତାହାର ଆକାଉଣ୍ଟାରୁ କଟାଯିବ। ଏହି କ୍ଷତିପୂରଣ କିଭଳି ଭାବରେ ମୃତକ ଓ ଆହତଙ୍କ ପରିବାରଙ୍କୁ ମିଳିବ ସେନେଇ ବିମାନ କର୍ତ୍ତୃପକ୍ଷ ସମ୍ବାଳିବେ। ତେବେ ଆସନ୍ତା 11 ତାରିଖରେ ଉଭୟ ଠିକା ସଂସ୍ଥା ଦିଲୀପ କଂଷ୍ଟ୍ରକକ୍ସନ ଓ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ମାନବାଧିକରଙ୍କ ନିକଟରେ ହାଜର ହେବା ପାଇଁ ଦିଆଯାଇଛି ନିର୍ଦେଶ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ