ଓଡିଶା

odisha

ETV Bharat / city

ବିଜୁ ପକ୍କାଘର ପ୍ରସଙ୍ଗ: ସରକାରଙ୍କ ଯୋଗ୍ୟତା ପ୍ରମାଣ ପତ୍ରକୁ ନେଇ ଘେରିଲେ ବିରୋଧୀ

ବିଜୁ ପକ୍କାଘର ବଣ୍ଟନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ରାଜ୍ୟ ସରକାରଙ୍କ ଯୋଗ୍ୟତା ପ୍ରମାଣକୁ ନେଇ ପ୍ରଶ୍ନ ଉଠାଇଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bijupakka ghar
bijupakka ghar

By

Published : Mar 3, 2020, 11:13 PM IST

ଭୁବନେଶ୍ବର: ପକ୍କାଘର ନିର୍ମାଣକୁ ନେଇ ପୁଣିଥରେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି ବୟାନ ବାଜି । ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ଓ ସହରାଞ୍ଚଳରେ ଭୂମି ଅଧିକାର ପ୍ରମାଣ ପତ୍ର ବାଣ୍ଟିବ ବିଜେଡି ।

ବିଜୁ ପକ୍କାଘର ପ୍ରସଙ୍ଗ; ସରକାରଙ୍କ ଯୋଗ୍ୟତା ପ୍ରମାଣ ପତ୍ରକୁ ନେଇ ଘେରିଲେ ବିରୋଧୀ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେଡି । ଏନେଇ ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସରକାର ନା ଦଳ ବାଣ୍ଟିବ ତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ? ଏହା ସହ କେଉଁ ଆଧାରରେ ଏହାକୁ ବଣ୍ଟନ କରାଯିବ ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ବିରୋଧୀ ।

https://etvbharatimages.akamaized.net/etvbharat/prod-images/6282638_biju.JPG

ସୂଚନା ଅନୁସାରେ ପଞ୍ଚାୟତରାଜ ଦିବସରୁ ଯୋଗ୍ୟତା କାର୍ଡ ବଣ୍ଟନ କରାଯିବ । ମାର୍ଚ୍ଚ ୫ ତାରିଖରୁ ଦୁଇ ସପ୍ତାହ ବ୍ୟାପୀ ରାଜ୍ୟର ଚୟନ ହୋଇଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ପ୍ରମାଣ ପତ୍ର । ଗ୍ରାମାଞ୍ଚଳରେ ବିଜୁ ପକ୍କାଘର ହିତାଧିକାରୀଙ୍କୁ ଦିଆଯିବ ଏହି ପ୍ରମାଣ ପତ୍ର, ସେହିପରି ସହରାଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କୁ ଜାଗା ମିଶନ ମାଧ୍ୟମରେ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଯିବ ।

ଏହାକୁ କେନ୍ଦ୍ର କରି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି ଏହାଭଲ କଥା । କିନ୍ତୁ ଦଳୀୟ ଆଧାରରେ ହିତାଧିକାରୀ ଚୟନ ହେଲେ କଂଗ୍ରେସ କଡା ଜବାବ ଦେବ । ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ମିଳିତ ଭାବେ ସରକାରଙ୍କୁ ରାସ୍ତା ଘାଟରେ ଘେରିବେ । ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯୋଗ୍ୟତା କାର୍ଡ ବଣ୍ଟନ ଦୁର୍ନୀତିର ନୂଆ ରାସ୍ତା ପାଇଁ ଏହା ବିଜେଡିର ସୁପରିକଳ୍ପିତ ଯୋଜନା । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କହୁଛି ଦଳୀୟ ନେତା ମାନେ ପକ୍କାଘର ଯୋଗ୍ୟତା କାର୍ଡ ବାଣ୍ଟିବେ । ତେଣୁ ସରକାରଙ୍କ କାମ ନେତା ମନ୍ତ୍ରୀ କଲେ ସ୍ବଚ୍ଛତା ଆସିବ କେମିତି ବୋଲି ପ୍ରଶ୍ନ କରିଛନ୍ତି ?

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି ଶାସକ ବିଜେଡି । ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ସରକାରଙ୍କ ସମସ୍ତ କାମରେ ବିରୋଧୀଙ୍କ ଧର୍ମ ହେଉଛି ବିରୋଧ କରିବା । କିନ୍ତୁ ବିରୋଧୀ ପ୍ରସଙ୍ଗକୁ ଠିକରେ ନବୁଝି ବିରୋଧ କରୁଛନ୍ତି । ବ୍ଲକ ଦ୍ବାରା ଯେଉଁ ହିତାଧୀକାରୀ ଚୟନ ହୋଇଛନ୍ତି ତାଙ୍କୁ ବଣ୍ଟନ କରାଯିବ । ସରକାରଙ୍କ ତରଫରୁ ଏକ ପ୍ରମାଣ ପତ୍ର ବଣ୍ଟନ କରାଯିବ, ଯେଉଁଥିରେ ସେମାନଙ୍କୁ ଅବଗତ କରାଯିବ ଆପଣ ଯୋଗ୍ୟ ଅଟନ୍ତି , କୌଣସି ଅଧିକାରୀଙ୍କୁ ଲାଞ୍ଚ ଦିଅନ୍ତୁ ନାହିଁ । ଏହା ଲୋକଙ୍କୁ ସଚେତନତା ପାଇଁ କରାଯିବ ।

ଭୁବନେଶ୍ବର ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details