ଓଡିଶା

odisha

ETV Bharat / city

ବିଜୁ ଯୁବ ବାହିନୀର ନୂଆ ଅବତାର 'ରକ୍ଷକ' - ଆରଟିଓ କାର୍ଯ୍ୟାଳୟ

ନୂଆ ମୋଟରଯାନ ଆଇନର ସମ୍ପର୍କରେ ଜ୍ଞାନ ଦେବ ବିଜୁ ଯୁବ ବାହିନୀ । ଏନେଇ 'ରକ୍ଷକ' କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Oct 14, 2019, 9:26 PM IST

ଭୁବନେଶ୍ବର: ଟ୍ରାଫିକ ପୋଷ୍ଟରେ ରହିବେ ‘ରକ୍ଷକ’ । ଗାଁଠୁ ସହର ହେବେ ସଚେତନ । ନୂଆ ମୋଟରଯାନ ଆଇନର ସମ୍ପର୍କରେ ଜ୍ଞାନ ଦେବେ । ଗାଁଠୁ ସହର ରାସ୍ତା କଡରେ, ଆରଟିଓ କାର୍ଯ୍ୟାଳୟରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ କରିବେ ସଚେତନ। ଏନେଇ ରାଜ୍ୟବ୍ୟାପୀ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜୁ ଯୁବ ବାହିନୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଏଜି ଛକରେ ଏହି 'ରକ୍ଷକ' କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅମର ପଟ୍ଟନାୟକ ଓ ଭୁବନେଶ୍ବର ଡିସିପି । ଯାହା ଆଗାମୀ ଏକ ବର୍ଷ ଧରି ବିଭିନ୍ନ ବ୍ଲକ ଓ ସହରରେ ସଚେତନ କରିବେ । ତେବେ ତଥ୍ୟ ଅନୁସାରେ ପ୍ରତିଦିନ ୩ ହଜାର ୨୮୭ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ୧୦୦୦ଜଣଙ୍କ ଭିତରୁ ୨୫ ରୁ କମ ବୟସର ଅଛନ୍ତି ।

ଏପଟେ ଭାରତରେ ସଚେତନତା ଅଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଉଥିବା କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details