ଭୁବନେଶ୍ୱର: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ବର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନବନିର୍ମିତି କୋଠାର ଛାତ ଭୁଶୁଡିପଡିଛି । 60 କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେଉଥିଲା ବିଲ୍ଡିଂ। 15ରୁ 20 ଜଣ କାମ କରୁଥିଲେ।
ଭୁଶୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତ - ଭୁଷୁଡିଲା ଏୟାରପୋର୍ଟ ଛାତ
ଭୁଷୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତଭୁଷୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତ
00:29 January 25
ତେବେ ଆଜି ରାତି ପ୍ରାୟ 10ଟା 30ରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଛି । ତେବେ ଘଟଣାସ୍ଥଳରେ ପୋଲିସ, ଦମକଳବାହିନୀ ଓ ଓଡ୍ରାଫ ଟିମ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଭୁଶୁଡିବାର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
Last Updated : Jan 25, 2020, 3:11 AM IST