ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନବନ୍ଦର ପରିସରରେ ନିର୍ମାଣଧୀନ ଛାତ ଭୁଶିଡିବା ଘଟଣା। ଅନେକ ସମୟର ରେସକ୍ୟୁ ଅପରେସନ ପରେ ଉଦ୍ଧାର ହେଲେ ଶ୍ରମିକ। ଉଦ୍ଧାର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି । ସେ ବଡମ୍ବାର ଅନ୍ତର୍ଯ୍ୟାମୀ ଗୁରୁ ବୋଲି ଜଣାପଡିଛି ।
ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା: ଜଣେ ମୃତ - ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା
ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା । ଏଥିରେ ଅନ୍ତର୍ଯ୍ୟାମୀ ଗୁରୁ ନାମକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଶ୍ରମିକ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣାରେ ଜଣେ ମୃତ
ଅନ୍ୟ ଜଣେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ସେ ଢେଙ୍କାନାଳ ଅଞ୍ଚଳ ନବ କିଶୋର ସ୍ବାଇଁ ବୋଲ ସୂଚନା ମିଳିଛି । ତେବେ ଛାତ ଭୁଶୁଡିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ