ଭୁବନେଶ୍ବର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ, ଭୁବନେଶ୍ବର ଏମ୍ସ(AIIMS)କୁ ଚିକିତ୍ସା ପାଇଁ ମୂଲ୍ୟବାନ ଉପକରଣ ଯୋଗାଇଛନ୍ତି । CSR କାର୍ଯ୍ୟକ୍ରମ ଅଧୀନରେ କର୍ତ୍ତୃପକ୍ଷ 6ଟି ମେକାନିକାଲ ଭେଣ୍ଟିଲେଟର, 2ଟି ପୋର୍ଟେବୁଲ ଭେଣ୍ଟିଲେଟର ଓ 2 ଟି ଡେଫ୍ରିବିଲେଟର ଯୋଗାଇଛନ୍ତି ।
ଭୁବନେଶ୍ବର ଏମ୍ସକୁ ଚିକିତ୍ସା ଉପକରଣ ଦେଲା ଏୟାରପୋର୍ଟ - ଭୁବନେଶ୍ବର ଏମ୍ସ ଚିକିତ୍ସା ଉପକରଣ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ଭୁବନେଶ୍ବର ଏମ୍ସ(AIIMS)କୁ ଚିକିତ୍ସା ପାଇଁ ମୂଲ୍ୟବାନ ଉପକରଣ ଯୋଗାଇଛନ୍ତି । CSR କାର୍ଯ୍ୟକ୍ରମ ଅଧୀନରେ କର୍ତ୍ତୃପକ୍ଷ 6ଟି ମେକାନିକାଲ ଭେଣ୍ଟିଲେଟର, 2ଟି ପୋର୍ଟେବୁଲ ଭେଣ୍ଟିଲେଟର ଓ 2 ଟି ଡେଫ୍ରିବିଲେଟର ଯୋଗାଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର ଏମ୍ସକୁ ଚିକିତ୍ସା ଉପକରଣ ଦେଲା ଏୟାରପୋର୍ଟ
ଆଜି ଏହି ସବୁ ଉପକରଣ ଏମ୍ସରେ ଲଗାଯାଇଛି । ଏୟାରପୋର୍ଟର ନିର୍ଦ୍ଦେଶକ ଡକ୍ଟର ପ୍ରଭାତ ରଞ୍ଜନ ବେଉରିଆ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଛନ୍ତି। କୋଭିଡ ମହାମାରୀର ମୁକାବିଲା କରିବା ପାଇଁ ଏହି ସମସ୍ତ ଅତ୍ୟାଧୁନିକ ଉପକରଣ ବେଶ ସହାୟକ ହେବ ବୋଲି ସେ କହିଛନ୍ତି। ତାଙ୍କ ସହିତ ଏମ୍ସର ଅଧୀକ୍ଷକ ଡକ୍ଟର ସଚିତାନନ୍ଦ ମହାନ୍ତି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ