ଓଡିଶା

odisha

ETV Bharat / city

ବିପଦରେ ବିମାନ ବନ୍ଦର, ଗୁଡି ସୂତା ଲାଗି କଟିଗଲା ଜଣଙ୍କ ହାତ - ବିପଦରେ ବିମାନ ବନ୍ଦର

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ବ୍ୟକ୍ତିଙ୍କ ହାତରେ ଗୁଡି ସୂତା ଲାଗି ଆଙ୍ଗୁଠି କଟିଯାଇଥିବା ଜଣାପଡିଛି ।

ଗୁଡି ସୂତା ଲାଗି କଟଗଲା ବ୍ୟକ୍ତିଙ୍କ ଆଙ୍ଗୁଠି
ଗୁଡି ସୂତା ଲାଗି କଟଗଲା ବ୍ୟକ୍ତିଙ୍କ ଆଙ୍ଗୁଠି

By

Published : Feb 28, 2021, 6:56 AM IST

Updated : Feb 28, 2021, 12:54 PM IST

ଭୁବନେଶ୍ବର: ବିପଦଜନକ ସ୍ଥିତିରେ ବିଜୁପଟ୍ଟନାୟକ ବିମାନ ବନ୍ଦର। ଗୁଡି ସୂତା ଲାଗି ଜଣେ ବ୍ୟକ୍ତିଙ୍କ ଆଙ୍ଗୁଠି କଟିଯାଇଥିବା ଜଣାପଡିଛି । ବ୍ୟକ୍ତି ଜଣଙ୍କ ହାତରେ ଗୁଡି ସୂତା ଲାଗିବା ଦ୍ବାରା ହାତର 2ଟି ଆଙ୍ଗୁଳି କଟିଯାଇଥିବା ଜଣାପଡିଛି।

ଗୁଡି ସୂତା ଲାଗି କଟଗଲା ବ୍ୟକ୍ତିଙ୍କ ଆଙ୍ଗୁଠି

ବ୍ୟକ୍ତି ଜଣକ ହେଲେ ପଳାଶପଲ୍ଲୀ ଅଞ୍ଚଳର ସ୍ମୃତିରଞ୍ଜନ ଦାସ ବୋଲି ଜଣାପଡିଛି । ତାଙ୍କ ହାତ ଆଙ୍ଗୁଳିରେ ଗୁରୁତର ଆଘାତ ଲାଗିଛି । ହାତର ଆଙ୍ଗୁଠି କଟିଯାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ହୋଇଛନ୍ତି।

ସୂଚନା ମୁତାବକ, ଶନିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ବ୍ୟକ୍ତିଜଣକ ପଳାଶପଲ୍ଲୀରୁ ନବୀନ ନିବାସ ଅଭିମୁଖେ ଯିବାବେଳେ କାରଗିଲ ରୋଡରେ ଏକ ଗୁଡି ସୂତା ତାଙ୍କ ବେକରେ ଲାଗିଥିଲା । ଫଳରେ ସେ ଗୁଡି ସୂତାକୁ କାଢିବାକୁ ଯାଇ ତାଙ୍କ ହାତର ବିଶି ଆଙ୍ଗୁଠି କଟିଯାଇଛି।

ଏବେ ଏଭଳି ଘଟଣା ପାଇଁ ବିମାନବନ୍ଦର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । କିଭଳି ବିମାନବନ୍ଦର ପରିସରରେ ଗୁଡି ସୂତା ଏଭଳି ସମସ୍ୟା ଉପୁଜିଥିବା ବେଳେ ଏହା ବିମାନବନ୍ଦର ପାଇଁ କେତେ ବିପଦଜନକ ତାହା ଏଥିରୁ ସ୍ପଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ କେତେ ଗୁରୁତର ସହ ସ୍ଥାନୀୟ ପ୍ରଶାସନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 28, 2021, 12:54 PM IST

ABOUT THE AUTHOR

...view details