ଭୁବନେଶ୍ବର: ଜଳ ସଂରକ୍ଷଣର ନୂଆ ପ୍ରୟାସ । ଜଳ ହିଁ ଜୀବନ ହୋଇଥିବାବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଭୂତଳ ଜଳ ସଂରକ୍ଷଣ । ବର୍ଷା ଜଳ ସଞ୍ଚୟ କରି ଭୂତଳ ଜଳରେ ରୂପାନ୍ତର କରିବାରେ ସଫଳ ହୋଇଛନ୍ତି ବିମାନ ବନ୍ଦରରେ ନିୟୋଜିତ କେନ୍ଦ୍ରୀୟ ଉଦଯୋଗ ସୁରକ୍ଷା ବଳ ବା CISF ।
CISF ୟୁନିଟ, ଭୁବନେଶ୍ବର ବିମାନ ବନ୍ଦରରେ ପାଣି ସଞ୍ଚୟ କେନ୍ଦ୍ର କରି ଭୂତଳ ଜଳକୁ ରୂପାନ୍ତରିତ କରିଛନ୍ତି । ବର୍ଷା ଜଳକୁ ସଂଗ୍ରହ କରି ଭୂତଳରେ ସଞ୍ଚୟ କରାଯାଉଛି । ତେବେ CISF ସଦସ୍ୟମାନେ ‘ଫନି’ସମୟରେ ନଷ୍ଟ ହୋଇଯାଇଥିବା ପାଣି ଟାଙ୍କିମାନଙ୍କୁ ବ୍ୟବହାର କରି ସ୍ବ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରିଛନ୍ତି ।