ଓଡିଶା

odisha

ETV Bharat / city

ବିମାନବନ୍ଦର ଅଘଟଣ, ଜେଲ ଗଲେ ୪ ଅଭିଯୁକ୍ତ - ଜେଲ ଗଲେ ୪ ଅଭିଯୁକ୍ତ

ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ଶେଷରେ ଗିରଫ ହେଲେ ସମ୍ପୃକ୍ତ ଠିକା ମାଲିକ, ଇଞ୍ଜିନିୟର ଓ କର୍ମଚାରୀ । ସଂନ୍ଧ୍ୟାରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ବେଳେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ସମସ୍ତ ଅଭିଯୁକ୍ତ । ଅଧିକ ପଢନ୍ତୁ

airport-tragedy-four-arrest
airport-tragedy-four-arrest

By

Published : Jan 25, 2020, 11:05 PM IST

ଭୁବନେଶ୍ବର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ 2ରେ ନିର୍ମାଣାଧିନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ପୋଲିସ ନେଇଛି ପଦକ୍ଷେପ । କନଷ୍ଟ୍ରକସନ୍ ମାଲିକ ଦିଲ୍ଲିପ ଖଟେଇ, ସାଇଡ ଇଞ୍ଜିନିୟର ଅଭିଳାଶ ସରକାର , ଏୟାରପୋର୍ଟ ଅଥରିଟି ଇଣ୍ଡିଆର ଡିଜିଏମ ଗୌତମ ରାୟ ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଆଶିଷ ସରକାରଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।

ବିମାନ ବନ୍ଦର ଅଘଟଣ; ଜେଲ ଗଲେ ୪ ଅଭିଯୁକ୍ତ

ଆଇପିସି ଧାରା ୩୦୪,୩୪ରେ ଗିରଫ କରି ଏସଡିଜେଏମ ଶୁଭଙ୍କର ମିଶ୍ର ବାସଭବନ କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟ ବେଲ ଖାରଜ କରିବା ପରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ସେମାନଙ୍କୁ ପଠାଯାଇଛି । ତେବେ ଗିରଫ ସମସ୍ତ ଅଭିଯୁକ୍ତ ଝାରପଡା ଜେଲକୁ ଯାଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details