ଭୁବନେଶ୍ବର: ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ବିଜେଡି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ । ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ କରିଛନ୍ତି ଦାବି ।
ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ବରେ 7 ଜଣ ସାଂସଦ ମନ୍ତ୍ରୀଙ୍କୁ ଭେଟିଛନ୍ତି । ପିନାକୀ ମିଶ୍ରଙ୍କ ସହିତ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ସୁଜିତ କୁମାର, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ ଓ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ରହିଛନ୍ତି ।