ଓଡିଶା

odisha

ETV Bharat / city

ବିଜେଡି ବଡ ବ୍ୟବଧାନରେ ଜିତିବ: ସଞ୍ଜୟ ଦାସବର୍ମା

ଆଉ ଗୋଟିଏ ଦିନପରେ ଆସିବ ବିଜେପୁର ନିର୍ବାଚନ ଫଳ । ଗୁରୁବାର ଜଣାପଡିବ କିଏ ହେବ ବିଜେପୁର ବାଜିଗର । ଫଳ ଆସିବା ପୂର୍ବରୁ ବିଜେଡି ନିଜ ବିଜୟ ନେଇ ଦୃଢ ଆଶାବାଦୀ...

By

Published : Oct 22, 2019, 1:36 PM IST

Updated : Oct 22, 2019, 2:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଶେଷ ହୋଇଛି ବିଜେପୁର ଉପ-ନିର୍ବାଚନ । ଦୀର୍ଘ ଏକମାସ ଧରି ଚାଲିଥିବା ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଯଦିଓ ସାଧାରଣ ନିର୍ବାଚନ ବେଳେ ମତଦାନ ପାଇଁ ଯେମିତି ଉତ୍ସାହ ଥିଲା ଏହି ଉପ-ନିର୍ବାଚନରେ ସେମିତି ନଥିଲା ତଥାପି 79ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆସନ୍ତା 24(ଗୁରୁବାର) ଫଳ ପ୍ରକାଶ ପାଇବାକୁ ଥିବାବେଳେ ଆଜି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ବଡ ପ୍ରତିକ୍ରିୟା ରଖଇଛନ୍ତି । ସଞ୍ଜୟ କହିଛନ୍ତି ବିଜେପୁରରେ ବିଜେଡି ବଡ ବ୍ୟବଧାନରେ ବିଜୟୀ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିନ୍ତୁ କେତେ ଭୋଟରେ ବିଜେଡି ଜିତିବ ସେ ସ୍ପଷ୍ଟ କରି ନାହାଁନ୍ତି । ସଞ୍ଜୟଙ୍କ ଏହି ବୟାନ ଦଳକୁ ସୁହାଇଥିବା ବେଳେ ବିରୋଧୀ ଶିବିରରେ ନିରାଶା ଦେଖାଦେଇଛି । ତେବେ ବିଜେପୁରରେ ବିଜେଡି କେତେ ବ୍ୟବଧାନରେ ବିଜୟୀ ହେବ ତାହ 24ରେ ସ୍ପଷ୍ଟ ହେବ ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 22, 2019, 2:18 PM IST

ABOUT THE AUTHOR

...view details