ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ 5ଟା ଯାଏଁ ଚାଲିବ । 285ଟି ବୁଥରେ 2ଲକ୍ଷ 32ରୁ ଉର୍ଦ୍ଧ୍ବ ଭୋଟର ସେମାନଙ୍କ ମତଦାନ କରିବେ । ଚଳିତ ବିଜେପୁର ଉପ-ନିର୍ବାଚନରେ 10ଟି ଆଦର୍ଶ ବୁଥ କରାଯାଇଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକେ ଲମ୍ବା ଲାଇନରେ ଆସି ଭୋଟ ଦେଉଛନ୍ତି ...
ପ୍ରଥମ ପ୍ରାର୍ଥୀ ଭାବେ ବିଜେପୁର ବ୍ଳକ ମାନପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥନଂ ୯୮ ରେ ମତଦାନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା । ଅନ୍ୟପଟେ ବିଜେଡି ପ୍ରାର୍ଥୀନି ରୀତା ସାହୁ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ଭୋଟ କେନ୍ଦ୍ରରେ ନିଜ ମତଦାନ ଦେଇଛନ୍ତି । ବରପାଲି ବ୍ଲକ ସମଲେଶ୍ବରୀ ୟୁପି ସ୍କୁଲ ସ୍ଥିତ ବୁଥନଂ 23 ରେ ନିଜ ମତଦାନ ଦେଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ସନତ ଗଡତିଆ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ଆସି ମତଦାନ କରିଛନ୍ତି ।