ଓଡିଶା

odisha

ETV Bharat / city

ବିଜେପୁର ଉପନିର୍ବାଚନ ଫଳାଫଳ: ପରାଜୟକୁ ସ୍ବୀକାର, ଶୁଭେଚ୍ଛା ଦେଲେ ବିରୋଧୀ - bijepur result 2019

ବିଜେପୁର ଉପନିର୍ବାଚନରେ ପରାଜୟକୁ ସ୍ବୀକାର କଲେ ଉଭୟ ବିଜେପି ଓ କଂଗ୍ରେସ । ପରାଜୟକୁ ସ୍ବୀକାର କରିବା ସହ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଉଭୟ ଦଳ ।

ଡିଜାଇନ ଫଟୋ

By

Published : Oct 24, 2019, 4:44 PM IST

ଭୁବନେଶ୍ବର: ବହୁପ୍ରତିକ୍ଷିତ ବିଜେପୁର ଉପ-ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବାଜିମାତ୍‌ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସନତ ଗଡତିଆଙ୍କ ଠାରୁ 97 ହଜାର 990 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ବିଜେପୁର ଉପ ନିର୍ବାଚନ ଫଳାଫଳ: ପରାଜୟକୁ ଉଭୟେ ବିଜେପି ଓ କଂଗ୍ରେସର ସ୍ବୀକାର

ରୀତା ବିଜୟୀ ହେବା ପରେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ନିଜ ନିଜର ପରାଜୟ ସ୍ବୀକାର କରିଛନ୍ତି ।

ବିଜେପି ପରାଜୟ ସ୍ବୀକାର କରିବା ସହ ପରାଜୟର କାରଣ ତର୍ଜମା କରାଯିବ ବୋଲି କହିଛି । ଏଥିସହିତ ବିଜେପୁରରେ ବିଜେପି, ବିଜେଡି ସହିତ ଲଢୁ ନଥିଲା ବରଂ ସରକାର ବିରୋଧରେ ଲଢୁଥିଲା ବୋଲି ବିଜେପି କହିଛି ।

ସେହିପରି କଂଗ୍ରେସ ମଧ୍ୟ ପରାଜୟକୁ ସ୍ବୀକାର କରିବା ସହ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛି । ସାଂଗଠନିକ ଦୁର୍ବଳତା,ସରକାରୀ ଦଳ ବିରୋଧରେ ଜନମତ ସୃଷ୍ଟି କରିବାରେ ବିଫଳତା, ତୃଣମୂଳ ସ୍ତରରେ ଦଲର କର୍ମୀଙ୍କୁ ଏକାଠି କରିବାରେ ଦଳ ଫେଲ ମାରିବାରୁ ବିଜେପୁରରେ ଦଳର ଏପରି ସ୍ଥିତି ହେଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସୂଚନା ଥାଉକି, ଉପ ନିର୍ବାଚନରେ ବିଜେଡିର ରୀତା ସାହୁ 1,35,957 ଭୋଟ ପାଇଥିବାବେଳେ ବିଜେପିର ସନତ ଗଡତିଆ 37 ହଜାର 967 ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା 5 ହଜାର 873 ଭୋଟ ପାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details