ଓଡିଶା

odisha

ବିଜେପୁର ବ୍ୟାଟେଲ, ପ୍ରାର୍ଥୀ ଚୟନ ସବୁଦଳ ପାଇଁ ଚ୍ୟାଲେଞ୍ଚ

ବିଜେପୁରରେ କାହାର ଉଡିବ ବିଜୟ ବାନା ? କିଏ ପିନ୍ଧିବେ ବିଜୟ ମୁକୁଟ ? ଶଙ୍ଖ ପୁଣି ବାଜିବ ନା ପଦ୍ମ ଫୁଟିବ ? କି ଗଡ ଫେରିପାଇବ କଂଗ୍ରେସ । ଶନିବାର ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତଙ୍କ ଫୋକସରେ ବିଜେପୁର ବ୍ୟାଟେଲ ।

By

Published : Sep 21, 2019, 8:57 PM IST

Published : Sep 21, 2019, 8:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ଦେଖିବ ଆଉ ଏକ ହାଇ ଭୋଲଟେଜ ଉପ-ନିର୍ବାଚନ । ଲଢେଇ ହେବ ପତିଆରାର । ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିବ ଶବ୍ଦର ଆକ୍ରମଣ । ନେତା ଖୋଲିବେ ପ୍ରତିପକ୍ଷଙ୍କ ଦୋଷ ଦୁର୍ବଳତା । ବିଜୟ ପାଇଁ ଚାଲିଛି ସମର ସଜ୍ଜା । ରଣକ୍ଷେତ୍ରରେ ନେତା କରୁଛନ୍ତି ଗୋଟି ଚାଳନା । ଆଉ ଏହାରି ଭିତରେ ଘୋଷଣା ସରିଛି ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଶୀଘ୍ର ଘୋଷଣା । ଆସନ୍ତା 21 ତାରିଖରେ ମତଦାନ ହେବାକୁ ଥିବା ବେଳେ 24ରେ ହେବ ଫଳାଫଳ ଘୋଷଣା ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ? କିଏ ହେବ ପ୍ରାର୍ଥୀ ଏବଂ କଣ ରହିବ ରଣନୀତି ତାକୁ ନେଇ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କ କଶାକଷି । ନିର୍ବାଚନ ପ୍ରସ୍ତୁତିରେ ଶାସକ ଦଳ ଆଗରେ ଥିବା ବେଳେ ଦଳ ନିଯୁକ୍ତ କରି ସାରିଛି ସମନ୍ବୟ କମିଟି । ଆଜି ତାରିଖ ଘୋଷଣା ହେଉ ହେଉ ସମନ୍ବୟ କମିଟିରେ ଥିବା ସଞ୍ଜୟ ଦାସବର୍ମା କହିଛନ୍ତି ଆସନ୍ତା 2ଦିନ ମଧ୍ୟରେ ଦଳ ପ୍ରାର୍ଥୀ ଘୋଷଣା କରିବ । ତେବେ କିଏ ହେବ ବିଜେଡି ପ୍ରାର୍ଥୀ ତାକୁ ନେଇ ଚାଲିଛି ଏବେ ଅଙ୍କକଷା । ପ୍ରାର୍ଥୀ ଦୌଉଡରେ ଏବେ ପୂର୍ବତନ ବିଧାୟିକ ରୀତା ସାହୁଓ ତାଙ୍କ ପୂତ୍ର ଆଗରେ ଥିବାବେଳେ ପ୍ରସାଶକରୁ ନେତା ହୋଇଥିବା ତଥା ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ନଳୀନି ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବିଜେପିରୁ ଆସି ବିଡେଜିରେ ମିଶିଥିବା ପ୍ରଭାତ ଆଦିତ୍ବ ମିଶ୍ର ଓ ସୁବାଷ ଚୌହାନ ଏବେ ଥଇଥାନ ହୋଇସାରିଛନ୍ତି । ପ୍ରଭାତ ଆପିକଲ ଅଧ୍ୟକ୍ଷ ହୋଇଥିବା ବେଳେ ସୁବାଷଙ୍କୁ ମିଳିଛି ଗୁରୁତ୍ବ ପୂର୍ଣ୍ଣ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ । ଏହି ଦୃଷ୍ଟିରୁ ରୀତା ସାହୁ ହିଁ ଦଳର ପ୍ରାର୍ଥୀ ଏକ ପ୍ରକାର ଚୂଡାନ୍ତ ।


ସେହି ଭଳି ବିଜେପି ମଧ୍ୟ ଏହି ନିର୍ବାଚନକୁ ଗୁରୁତ୍ବର ସହ ଲଢିବାକୁ ପ୍ରସ୍ତୁତ ହୋଇଛି । ଗତ ନିର୍ବାଚନରେ ଦଳର ବିଜେପୁର ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ମୁଖ୍ୟ ଦାବିଦାର ଅଛନ୍ତି । ସନତ ପରାଜିତ ହୋଇଛନ୍ତି ସତ କିନ୍ତୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି କଡା ଚ୍ୟାଲେଞ୍ଚ ଦେଇଛନ୍ତି ଶାସକ ଦଳକୁ । ହେଲେ ଏହି ଆସନରୁ ପ୍ରାର୍ଥୀ ହେବାକୁ ଆଖେଇଛନ୍ତି ପଦ୍ମପୁରର ପରାଜିତ ପ୍ରାର୍ଥୀ ତଥା ଦଳର ତୁଣ୍ଡ କୁହାଯାଉଥିବା ପ୍ରଦୀପ ପୁରୋହିତ । ହେଲେ ସନତଙ୍କୁ ଦଳ ଅଣଦେଖା କରିନପାରେ ।

ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଆସନରେ ନିଜର ଅସ୍ତିତ୍ବ ଜାହିର କରିବାକୁ ଉଦ୍ୟମ କରିବ । ସମୟ ଥିଲା ବିଜେପୁର ଦଳର ଗଡଥିଲା । ହେଲେ ଏବେ ନେତାଶୂନ୍ୟ ହେବା ଅବସ୍ଥାରେ । 2018 ଉପ-ଉପନିର୍ବାଚନରେ ଦଳର ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଏବେ ବିଜେଡିରେ । ଏହି ଦୃଷ୍ଟିରୁ ରିପୁନାଥ ସେଠ କିମ୍ବା ତାଙ୍କ ପୁତ୍ରଙ୍କ ଦଳ ମୈଦାନକୁ ଆଣିପାରେ ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details