ଓଡିଶା

odisha

ବିଜେପୁର ବ୍ୟାଟେଲ: ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ 7 ପ୍ରାର୍ଥୀ

ବିଜେପୁର ଉପ-ନିର୍ବାଚନ ପାଇଁ ସରିଛ ପ୍ରାର୍ଥୀପତ୍ର ଦାଖଲ । ପ୍ରାର୍ଥୀପତ୍ର ଯାଞ୍ଚ ପରେ ଜମିବ ପ୍ରଚାର । ବିଜୟ ପାଇଁ ଲଢିବେ ପ୍ରମୁଖ 3ଦଳ ।

By

Published : Sep 30, 2019, 11:30 PM IST

Published : Sep 30, 2019, 11:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ନାମାଙ୍କନ ଦାଖଲ । ସମସ୍ତ ପ୍ରାର୍ଥୀ ଦଳୀୟ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ଆଜି ନାମାଙ୍କନ ଦାଖଲର ଶେଷଦିନ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଆଜି ପୂର୍ବାହ୍ନ 11ଟାରେ ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିଜ ସମର୍ଥକ ଓ ଦଳୀୟ ନେତାଙ୍କ ସହ ଆସି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦିଲ୍ଲୀପଙ୍କ ସହ ଦଳୀୟ ନେତା ପ୍ରଦୀପ ମାଝୀ, ପ୍ରକାଶ ଦେବତା, ପ୍ରଦୀପ ଦେବତା, ନିପନ ଦାସ, ସତ୍ୟଭୂଷଣ ସାହୁ ଆଦି ନେତା ମାନେ ଉପସ୍ଥିତ ଥିଲେ ।

ସେହିପରି ବିଜେଡି ପ୍ରାର୍ଥିନୀ ରୀତା ସାହୁ ଦଳୀୟ ନେତା, ବିଧାୟକ, ମନ୍ତ୍ରୀ ଓ କର୍ମୀଙ୍କ ସହ ଆସି ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 12ଟାରେ ନାମାଙ୍କନ ଦାଖଲ କରିଥିଲେ । ତାପୂର୍ବରୁ ରୀତା ଏକ ବିରାଟ ଶୋଭାଯାତ୍ରାରେ ପଦ୍ମପୁର ସହରରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ବିଜେଡି ପ୍ରାର୍ଥିନୀଙ୍କ ନାମାଙ୍କନ ଦାଖଲ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ବହୁ ବିଧାୟକ ଉପସ୍ଥିତ ଥିଲେ ।


ଅନ୍ୟପଟେ ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ମଧ୍ୟ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲା । ବିଜେପି ପ୍ରାର୍ଥୀ ସନତ ଗଡତିଆ ଦଳୀୟ ନେତା, ବିଧାୟକଙ୍କ ସହ ଆସି ଅପରାହ୍ନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସନତ ନାମାଙ୍କନ ଦାଖଲ ସମୟରେ ଦଳୀୟ ସଭାପତି ବସନ୍ତ ପଣ୍ଡା, ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ନେତା ପ୍ରଦୀପ ପୁରୋହିତ, କେବି ସିଂଦେଓ, ଜୟ ନାରାୟଣ ମିଶ୍ର, ନାଉରୀ ନାୟକଙ୍କ ସମେତ ଶହଶହ ଦଳୀୟ ନେତା ଉପସ୍ଥିତ ଥିଲେ । ଏହି 3ପ୍ରମୁଖ ଦଳ ବ୍ୟତୀତ ଆଜି ଆଉ 4ଜଣ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ତେବେ ନାମାଙ୍କନ ପତ୍ର ଯାଞ୍ଚ ପରେ ଜଣାପଡିବ ମୈଦାନରେ କେତେ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details