ଓଡିଶା

odisha

ETV Bharat / city

ବିଜେପୁର ବାଜି: 3 ଦଳର ପ୍ରାର୍ଥୀ ଚୂଡାନ୍ତ, ଘୋଷଣା ବାକି - ବିଜେପୁର ଜିତିବା ପାଇଁ ତିନି ପ୍ରମୁଖ ଦଳର ପ୍ରସ୍ତୁତି

ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତ । ଉପ-ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ଏହାକୁ ଅଖି ଆଗରେ ରଖି ରାଜ୍ୟରେ ତିନି ପ୍ରମୁଖ ଦଳର ଶିବିର ଚଳଚଞ୍ଚଳ ।

ଡିଜାଇନ ଫଟୋ

By

Published : Sep 19, 2019, 11:37 PM IST

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ଏହାକୁ ଆଖି ଆଗରେ ରଖି ରାଜ୍ୟରେ ତିନି ପ୍ରମୁଖ ଦଳର ଶିବିର ଚଳଚଞ୍ଚଳ । ଉପ ନିର୍ବାଚନରେ ଆଧିପତ୍ୟ ବିସ୍ତାର କରିବା ସହ ବିଜେପୁର ଦଖଲ ପାଇଁ ସମସ୍ତ ଦଳ ଆରମ୍ଭ କରିଲେଣି ଅଙ୍କକଷା । ପ୍ରାର୍ଥୀ ଚୟନ ଚୂଡାନ୍ତ କରି ନାହାଁନ୍ତି କୌଣସି ଦଳ ମାତ୍ର ନିର୍ବାଚନ ମଣ୍ତଳୀରେ ବିଜୟ ବାନା ଉଡାଇବା ପାଇଁ ତିନି ଦଳ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ରଖି ସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ପ୍ରର୍ଥୀ ଉପରେ ଚୂଡାନ୍ତ ନିଷ୍ପତି ନ ନେଇଥିଲେ ମଧ୍ୟ ସଙ୍ଗଠନକୁ ସୁଦୃଢ଼ କରିବାକୁ ସମନ୍ବୟ କମଟି କରିଛି ଦଳ । ମୁଖ୍ୟମନ୍ତ୍ରୀ ବି​ଜେପୁର ଦାୟିତ୍ବ ନେଇଥିବାରୁ ବିଜେଡି ଏବେ ସମ୍ମାନ ବଞ୍ଚାଇବା ଲଢ଼ିବ । ଏପଟେ ବିଜେପି ପଦ୍ମ ଫୁଟାଇବା ପ୍ରସ୍ତୁତ ଅଛି କହୁଥିବାବେଳେ କଂଗ୍ରେସ କମିଟି ଗଠନ କରି ପ୍ରର୍ଥୀ ଚୟନ ପାଇଁ ତିନି ଦଫା ବୈଠକ କରିସାରିଲାଣି । ରିପୁନାଥ ସେଠ ଏବଂ ତାଙ୍କୁ ପୁଅ ଅଭିଷେକ ସେଠଙ୍କୁ ପ୍ରାର୍ଥୀ ପାଇଁ ଜୋରଦାର ଲବି୍‌ ଆରମ୍ଭ ହୋଇଥିବା ଖବର ରହିଛି ।

ବିଜେପୁର ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ। କାରଣ ମୁଖ୍ୟମନ୍ତ୍ରୀ ବିଜେପୁର ପ୍ରତିନିଧିତ୍ବ କରିଥିଲେ । ସେ ମଧ୍ୟ ବିଜେପୁର ବିକାଶ କାମ ନିଜ କାନ୍ଧକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବା ପରେ ଏବେ ପୂର୍ବତନ ବିଧାୟିକା​‌ ରୀତା ସାହୁ ସେଠାରୁ ପୁଣି ବିଜେଡି ପ୍ରାର୍ଥୀ କରିପାରେ । କିନ୍ତୁ ସୁଶାନ୍ତ ସିଂ କହିଛନ୍ତି ବି​ଜେପୁରରେ​‌ ବିକାଶର ଏଜେଣ୍ତା ନେଇ ଓହ୍ଲାଇବେ । ଆଉ ଏଥର ଲାକ୍ଷାଧିକ ଭୋଟରେ ଜିତିବା ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ।

ବିଜେଡିର ସମର ସଜ୍ଜା ଦେଖି ବିଜେପି ବି କହୁଛି ପ୍ରସ୍ତୁତ ଅଛି । କିନ୍ତୁ ଏ ପର୍ଯ୍ୟନ୍ତ କିଛି କମିଟି ଘୋଷଣା ହୋଇନି । ଏପଟେ ବିଜେପୁର ପ୍ରୀର୍ଥ ହେବା ପାଇଁ ବିଜେପି ମଧ୍ୟର ପ୍ରତିଯୋଗିତା​‌ ଦେଖିବାକୁ ମିଳିଛ । ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷ​‌ ସନତ ଗଡତିଆ ପ୍ରାର୍ଥୀ ହୋଇଥିବା​ବେଳେ ଏବେ ପଦ୍ମପୁର ପୂର୍ବତନ ବିଧାୟକ ମଧ୍ୟ ବିଜେପୁରରୁ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି । ଏପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ବିଜେପୁର ପ୍ରାର୍ଥୀ କିଏ ହେବ ସେ ନେଇ ବିଜେପୁରରେ ତିନି ଦଫା ବୈଠକ କରିସାରିଲେଣି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details