ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ଟିକା ନେଇଥିଲେ ମଧ୍ୟ ସରକାରୀ ହସ୍ପିଟାଲରେ ମାଗଣାରେ ଦ୍ୱିତୀୟ ଡୋଜ ଟିକା ନେଇପାରିବେ ଜଣେ ବ୍ୟକ୍ତି। ଯଦି ପଥମ ଟିକା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି ତେବେ ସୁସ୍ଥ ହେବାର 4 ସପ୍ତାହ ପରେ ଟିକା ନେଇପାରିବେ ।
ଘରୋଇ ହସ୍ପିଟାଲରେ ଟିକା ନେଇଥିଲେ ମଧ୍ୟ ସରକାରୀ ହସ୍ପିଟାଲରେ ମାଗଣାରେ ଦ୍ୱିତୀୟ ଡୋଜ ନେଇପାରିବେ ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ଏପଟେ ରାଜ୍ୟ ସରକାର ଟିକାକୁ ନେଇ ଅନେକ ପଦକ୍ଷପ ନେଉଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ 55 ଲକ୍ଷରୁ ଉର୍ଦ୍ଧ୍ବ ଟୀକାକରଣ କରାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଲେଣି।
45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଘରୋଇ ହସ୍ପିଟାଲରେ ପ୍ରଥମ ଟିକା ନେଇଥିଲେ ମଧ୍ୟ ଦ୍ୱିତୀୟ ଡୋଜ ପାଇଁ ସରକାରୀ ହସ୍ପିଟାଲରେ ମାଗଣାରେ ଡୋଜ ନେଇପାରିବେ। ଯଦି ଘରୋଇ ହସ୍ପିଟାଲରେ ଟିକା ନିଅନ୍ତି ତେବେ ସରକାରଙ୍କର ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଟିକାକରଣର ଦର ଦେବାକୁ ପଡିବ।
ଅନ୍ୟପଟେ ଜଣେ ବ୍ୟକ୍ତି ଯଦି ପ୍ରଥମ ଡୋଜ ଟିକା ନେଲା ପରେ ପଜିଟିଭ ଆସେ ତେବେ ସୁସ୍ଥ ହେଲା ପରେ 4 ସପ୍ତାହ ପରେ ଟୀକାକରଣ ନେଇପାରିବେ। ଅନ୍ୟପଟେ ଆସନ୍ତା ମେ 1 ତାରିଖରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ। ଏଥିରେ ସାମିଲ ହେବେ 18 ବର୍ଷରୁ 44 ବର୍ଷ ବୟସର ବ୍ୟକ୍ତି। ଟିକା ଆସିଲେ ଟୀକାକରଣ ଆଗକୁ ବଢ଼ିବା ସହ ପୁର୍ନବାର ସମସ୍ତ କେନ୍ଦ୍ରରେ ଟୀକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।
ଭୁବନେଶ୍ବରର ବିକାଶ କୁମାର ଦାସ, ଇଟିଭି ଭାରତ