ଓଡିଶା

odisha

'ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ହେଉଛି ଅଧିକ ତ୍ବରାନ୍ବିତ'

By

Published : Nov 5, 2021, 1:28 PM IST

ଦୁଇଟି ଡୋଜ ଟିକା ନେବା ପରେ ମଧ୍ୟ ଅନ୍ୟ ଦେଶରେ ବଢୁଛି ସଂକ୍ରମଣ । ଏଥିଲାଗି ରାଜ୍ୟରେ ୨ ଡୋଜ ଟୀକାକରଣକୁ ତ୍ବରାନ୍ବିତ କରାଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

'ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ହେଉଛି ଅଧିକ ତ୍ବରାନ୍ବିତ'
'ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ହେଉଛି ଅଧିକ ତ୍ବରାନ୍ବିତ'

ଭୁବନେଶ୍ବର: ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ଟୀକାକରଣକୁ ଅଧିକ ତ୍ବାରାନ୍ବିତ କରାଯାଉଛି । ୟୁରୋପିଆନ ଦେଶରେ ଟୀକାକରଣ ପରେ ବି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ୨ ଡୋଜ ଟିକା ନେଲା ପରେ ବି କୋଭିଡ ନିୟମ ମାନିବାକୁ ପଡିବ । ପ୍ରାୟ ୨ ସପ୍ତାହ ହେବ ପ୍ରଥମ ଡୋଜ ଅପେକ୍ଷା ଦ୍ବିତୀୟ ଡୋଜ ଅଧିକ ଟୀକାକରଣ ହୋଇଛି ।

'ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ହେଉଛି ଅଧିକ ତ୍ବରାନ୍ବିତ'

ବର୍ତ୍ତମାନ ସୁଦ୍ଧା ମୋଟ 3 କୋଟି 82 ଲକ୍ଷ ଡୋଜ ଟୀକାକରଣ ସରିଛି । ପ୍ରଥମ ଡୋଜ 2 କୋଟି 61 ଲକ୍ଷ 18 ହଜାର 704 ଜଣ ନେଇଛନ୍ତି । ଦ୍ବିତୀୟ ଡୋଜ ନେଇଛନ୍ତି 1 କୋଟି 21 ଲକ୍ଷ 40 ହଜାର 823 ଜଣ । ବର୍ତ୍ତମାନ ସୁଦ୍ଧା 46 ଡୋଜ ଟିକା ମହଜୁଦ ରହିଛି । ସେପଟେ 80 ପ୍ରତିଶତ ପ୍ରଥମ ଡୋଜ ଶେଷ ହୋଇଛି ।

ଯେଉଁ ମାନଙ୍କର ଦ୍ବିତୀୟ ଡୋଜର ସମୟ ହେଲାଣି ସେମାନଙ୍କୁ ଟିକା ଦେବାକୁ ଗୁରୁତ୍ବ ଦିଆଯାଉଛି । ଗତକାଲି ଟୀକାକରଣ କ୍ଷେତ୍ରରେ ଓଡିଶା ଆଗରେ ରହିଛି । ଦେଶରେ 5 ଲକ୍ଷ ଭଳି ଟୀକାକରଣ ହୋଇଥିବା ବେଳେ ରାଜ୍ୟରେ 1 ଲକ୍ଷ 54 ହଜାର ଟୀକାକରଣ ହୋଇଛି । ୟୁରୋପିଆନ ଦେଶରେ ଟୀକାକରଣ ପରେ ବି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଦୁଇ ଡୋଜ ଟିକା ନେଲା ପରେ ବି କୋଭିଡ ନିୟମ ମାନିବାକୁ ପଡିବ । ପ୍ରାୟ ଦୁଇ ସପ୍ତାହ ହେବ ପ୍ରଥମ ଡୋଜ ଅପେକ୍ଷା ଦ୍ବିତୀୟ ଡୋଜ ଅଧିକ ଟୀକାକରଣ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details