ଓଡିଶା

odisha

By

Published : Jun 19, 2020, 2:00 PM IST

ETV Bharat / city

ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ଉପରେ ବର୍ଷିଲେ ବିଜୟ

ରଥଯାତ୍ରା ସ୍ଥଗିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ବିଜୟ
ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ବିଜୟ

ଭୁବନେଶ୍ବର: ରଥଯାତ୍ରା ସ୍ଥଗିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ଗତକାଲି ଦିନଟି ସରକାରଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ । ଏହା ଇତିହାସରେ ରହିଯିବ ।’ ପଇସା ଖର୍ଚ୍ଚ କରି ସରକାର କାହିଁକି ନିଜ ଯୁକ୍ତି ରଖିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ବିଜୟ

ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ‘ସରକାର କଟକଣା ଭିତରେ ସ୍ନାନଯାତ୍ରା କଲେ, ସେବାୟତଙ୍କ କୋଭିଡ ଟେଷ୍ଟ କଲେ । ହେଲେ ଏକଥା କାହିଁକି କୋର୍ଟକୁ ଜଣେଇଲେ ନାହିଁ । ଏଥିପାଇଁ ସରକାର ସବୁବେଳେ ସନ୍ଦେହ ଘେରକୁ ଆସିବେ । ଏସବୁ ଗୋଟିଏ ଅଂଶ ହୋଇଥିବା ବେଳେ ବର୍ତ୍ତମାନ ମହାପ୍ରଭୁଙ୍କ ବାକି ଥିବା ନୀତିକାନ୍ତି କିପରି ସୁଚାରୁ ରୂପେ ସମ୍ପାଦିତ ହେବ ତାହା ଶୀଘ୍ର ନିଷ୍ପତି ନିଅନ୍ତୁ କାରଣ ଆଉ ହାତରେ ସମୟ ନାହିଁ ।’

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details