ଭୁବନେଶ୍ବର: ସଟଡାଉନରେ ନିରବ ହୋଇପଡିଛି ରାଜଧାନୀ । ନା ଆଛି ଲୋକଙ୍କ ଚଳପ୍ରଚଳ ନା ଅଛି ଗାଡିର ଶବ୍ଦ । ରାଜଧାନୀର ଅନୁକୋଣରେ ଭରି ରହିଛି ଶୂନ୍ୟତା । ଯେପରି ରାଜଧାନୀ ପାଲଟିଛି ମରୁଭୂମି । କୋରୋନା ପାଇଁ ରାଜ୍ୟବାସୀଙ୍କ ସ୍ଥିତି ବଜାଇ ରଖିବା ପାଇଁ ଲାକଡାଉନ ସମୟରେ ରାଜ୍ୟ ସରକାର 48 ଘଣ୍ଟା ପର୍ଯ୍ୟନ୍ତ ସଡ଼ଡାଉନ କରିଛନ୍ତି ।
କରୋନାକୁ ନେଇ ରାଜଧାନୀ ଭୁବନେଶ୍ବରରେ ଏକ ବିରଳ ପଦକ୍ଷପ ଦେଖିବାକୁ ମିଳିଛି । ଲାକଡାଉନ ପରେ ସଟଡାଉନ କରାଯାଇଛି । ଓଡ଼ିଶାରେ ଦିନ କୁ ଦିନ ଗୋଟିଏ ପରେ ଗୋଟିଏ କରୋନା ପଜିଟିଭ ବାହାରିବା ପରେ ସରକାର ବିଭିନ୍ନ ପଦକ୍ଷ ଗ୍ରହଣ କରୁଛନ୍ତି । ଯାହା ପାଇଁ ରାଜଧାନୀ ସମେତ ଭଦ୍ରକ, କଟକ ଓ ପୁରୀରେ ମଧ୍ୟ ସଟଡାଉନ କରାଯାଇଛି । ତେବେ ସଟଡାଉନରେ ରାଜଧାନୀର ରାଜରାସ୍ତା ନିରବ ନିସ୍ତବ୍ଧରେ ଭରରହିଛି । ଦେଖିଲେ ଲାଗୁଛି ରାଜଧାନୀ ଯେପରି ମରୀଚିକା ପାଲଟିଯାଇଛି । ଚାରିଆଡେ ଶୂନ୍ୟତା । ନା ଗଡୁଛି ଗାଡି ନା ଲୋକଙ୍କର ଗହଳି । ଏପରି ଦୃଶ୍ୟ ରାଜଧାନୀ ବାସୀଙ୍କ ପାଇଁ ନୂଆ । ଶୁକ୍ରବାର ରାତି 8 ଟାରୁ ରବିବାର ରାତି 8 ଟା ପର୍ଯ୍ୟନ୍ତ ସଡଡାଉନ କରାଯାଇଛି ।