ଓଡିଶା

odisha

ETV Bharat / city

ଖୋଲିଲା ଅନନ୍ତ ବାସୁଦେବଙ୍କ ଆନନ୍ଦ ବଜାର, ବାହାରିଲା ଅବଢ଼ା - ବାହାରିଲା ଅବଢ଼ା

ଖୋଲିଲା ଅନନ୍ତ ବାସୁଦେବଙ୍କ ଆନନ୍ଦ ବଜାର । ଆଜିଠୁ ଭକ୍ତମାନେ ଅବଢା ପାଇ ପାରିବେ । ତେବେ ଦୀର୍ଘ ଦିନ ପରେ ଅବଢା ପାଇ ଲୋକେ ଖୁସି ବ୍ୟକ୍ତ କରିଥିବା ବେଳେ ସୁଆର ସେବକମାନେ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଅଧିକ ପଢନ୍ତୁ:

ଖୋଲିଲା ଆନନ୍ଦ ବଜାର: ଉପଲବ୍ଧ ହେଲା ଅନନ୍ତ ବାସୁଦେବଙ୍କ ଅବଢ଼ା
ଖୋଲିଲା ଆନନ୍ଦ ବଜାର: ଉପଲବ୍ଧ ହେଲା ଅନନ୍ତ ବାସୁଦେବଙ୍କ ଅବଢ଼ା

By

Published : Jan 6, 2021, 2:27 PM IST

ଭୁବନେଶ୍ବର: ଦୀର୍ଘ ସମୟ ପରେ ଆଜି ଖୋଲିଲା ଅନନ୍ତ ବାସୁଦେବଙ୍କ ଆନନ୍ଦ ବଜାର। ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଛି ଅବଢ଼ା । କୋରୋନା କଟକଣା ଯୋଗୁଁ ମାର୍ଚ୍ଚ ମାସ ଠାରୁ ରାଜ୍ୟର ଅନ୍ୟ ସବୁ ଅନୁଷ୍ଠାନ ଗୁଡିକ ଭଳି ଏହି ଆନନ୍ଦ ବଜାରକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଫଳରେ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରସାଦ ପାଇବାରୁ ବଞ୍ଚିତ ହେଉଥିଲେ। ତେବେ ମହାନଗର ନିଗମ ଅଞ୍ଚଳରେ କୋରୋନାର ପ୍ରଭାବ କମିବା ସହ ମନ୍ଦିରମାନ ଖୋଲିବା ଆରମ୍ଭ କରିଛି।

ଖୋଲିଲା ଆନନ୍ଦ ବଜାର: ଉପଲବ୍ଧ ହେଲା ଅନନ୍ତ ବାସୁଦେବଙ୍କ ଅବଢ଼ା

ତେଣୁ ଏତେ ଦିନ ଧରି ନିଜ ବୃତ୍ତି ହରାଇ ଥିବା ସୁଆର ସେବକମାନଙ୍କ ଚଳଚଞ୍ଚଳ ଥିବାର ଦେଖାଯାଇଛି। ତେବେ ଆଜି ବୁଧବାର ଥିବାରୁ ଲୋକଙ୍କ ଗହଳି ଏତେ ନଥିଲେ ମଧ୍ୟ ଲୋକମାନେ ଜାଣିବା କ୍ଷଣି ଏହା ଧୀରେ ଧୀରେ ବୃଦ୍ଧି ପାଇବ ବୋଲ ଟୁଟୁ ମହାସୁଆର ପ୍ରକାଶ କରିଛନ୍ତି । ଆଉ 2020 ମସିହାରେ ଯେଉଁ କ୍ଷତି ହୋଇଥିଲା ତାହା ମହାପ୍ରଭୁଙ୍କ କରୁଣାରୁ ଏହି ବର୍ଷ ଭରଣା ହୋଇଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସେହିଭଳି ଦୀର୍ଘ ଦିନ ଧରି ଅଭଢ଼ା ଟିକେ ପାଇବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରଦ୍ଧାଳୁ ମଧ୍ୟ ଆଜି ପ୍ରସାଦ ପାଇବାରୁ ବହୁତ ଖୁସି ଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ କେବଳ ଅବଢ଼ା ନେବାର ବ୍ୟବସ୍ଥା ହୋଇ ଥିବାବେଳେ ଆନନ୍ଦ ବଜାରରେ ବସି ଖାଇବାକୁ ବାରଣ ରହିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details