ଓଡିଶା

odisha

ETV Bharat / city

ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗ: ବିଜେଡିକୁ ପଢିକି ଆସିବାକୁ କହିଲେ ସାଂସଦ ଅପରାଜିତା - ବିଜେଡି କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ

ବାଇ-ଲ କୁ ନେଇ ବିଜେଡିକୁ ଜବାବ ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନଏମଏର ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେଡି କୁ ପଢିକି ଆସିବାକୁ କହିଲେ ସାଂସଦ ଅପରାଜିତା
ବିଜେଡି କୁ ପଢିକି ଆସିବାକୁ କହିଲେ ସାଂସଦ ଅପରାଜିତା

By

Published : Feb 16, 2021, 3:03 PM IST

ଭୁବନେଶ୍ବର: ବାଇ-ଲ କୁ ନେଇ ବିଜେଡିକୁ ଜବାବ ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନଏମଏର ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ପଢିକି ଆସିବାକୁ କହିଲେ ସାଂସଦ ଅପରାଜିତା

ସାଂସଦ କହିଛନ୍ତି, ବାଇ-ଲ ସୋମବାର ବାଇ-ଲ କୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲି । କିନ୍ତୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦକ୍ଷ କର୍ତ୍ତୃପକ୍ଷ ନୁହଁନ୍ତି । ତେଣୁ ବିଜେଡି ଓ ରାଜ୍ୟ ସରକାରଙ୍କୁ ପଢିକି ଆସିବାକୁ କହିଛନ୍ତି ସାଂସଦ ଷଡଙ୍ଗୀ ।

୨୦ ଜାନୁଆରୀ ୨୦୨୧ରେ ୪ଟି NOC ପ୍ରାଇଭେଟ ପାର୍ଟିରୁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି । 2004 ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବାକୁ ପ୍ରାଧିକୃତ ଅଧିକାରୀ ସେ ଦର୍ଶାଇଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ଵତା ଦର୍ଶାଉଛି । ଖାଲି ଦୋଷ ଦେଲେ ହେବନି।

AMSAR ଆକ୍ଟ 1958 ଧାରା ଅନୁସାରେ, ବାଇ-ଲ ପର୍ଯ୍ୟବେଷିତ ହୋଇଛି । ସେହି ଅନୁସାରେ ରାଜ୍ୟ ପ୍ରାଧିକୃତ ଅଧିକାରୀ ହେଉଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ । 2014ରୁ ଏହି ବ୍ୟବସ୍ଥା ଅଛି ।

ଗତକାଲି ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଂସଦ ଅପରାଜିତା ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନଏମଏ ବାଇ-ଲ ବିଷୟରେ ରାଜ୍ୟ ସରକାର ଙ୍କୁ ଅବଗତ କରାଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details