ଓଡିଶା

odisha

ETV Bharat / city

ଭୁବନେଶ୍ବର ଓୟୁଏଟି ପରିସରରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ - BMC

ଭୁବନେଶ୍ବର ଓୟୁଏଟି ପରିସରରେ ଆଜି(ଗୁରୁବାର) ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ଭୁବନେଶ୍ବର ଉନ୍ନୟନ ନିଗମ(BDA) ଓ ଭୁବନେଶ୍ବର ମହାନଗର ନିଗମ(BMC) ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର ଓୟୁଏଟି ପରିସରରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ
ଭୁବନେଶ୍ବର ଓୟୁଏଟି ପରିସରରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ

By

Published : Nov 5, 2020, 8:25 PM IST

ଭୁବନେଶ୍ବର:ସ୍ମାର୍ଟସିଟିର ଓୟୁଏଟି(OUAT) ପରିସରରେ ଆଜି(ଗୁରୁବାର) ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ଭୁବନେଶ୍ବର ଉନ୍ନୟନ ନିଗମ(BDA) ଓ ଭୁବନେଶ୍ବର ମହାନଗର ନିଗମ(BMC) ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି। ଉଚ୍ଛେଦ ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତନୟ କରାଯାଇଥିଲା ।

ଭୁବନେଶ୍ବର ଓୟୁଏଟି ପରିସରରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ

ଗତ କିଛିଦିନ ହେଲା ରାଜଧାନୀର ବିଭିନ୍ନ ସରକାରୀ ଜମି ଉପରେ ଥିବା ଜବରଦଖଲ ହଟାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଏହାପୂର୍ବରୁ ବରମୁଣ୍ଡାରେ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଆଜି ଉଚ୍ଛେଦ ପ୍ରକ୍ରିୟାରେ ଓୟୁଏଟି ଭିତରେ ଥିବା ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଘର ଓ ଏକ ଗେଟକୁ ଭଙ୍ଗା ଯାଇଛି । ସେହିପରି ଏମସ(AIIMS) ମେଡ଼ିକାଲଠାରୁ ରାସ୍ତା କଡ଼ରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି। ବିଡିଏ, ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଉଛେଦ କରାଯିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବର ଜବରଦଖଲ ମୁକ୍ତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟଧାରା ଜାରି ରଖିଛି ପ୍ରଶାସନ। ତେବେ ଉଚ୍ଛେଦ କରାଯାଇଥିବା ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରିବାକୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଥିବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details