ଭୁବନେଶ୍ବର:ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ଲୁଣ ପ୍ୟାକେଟ ଭଳି ଗଞ୍ଜେଇ ପ୍ୟାକେଟ କରି ଚାଲାଣ କରାଯାଉଥିଲା । ଟ୍ରକରେ ବୋଝେଇ କରି ଚାଲାଣ ହେଉଥିଲା ଗଞ୍ଜେଇ ।
ଆନ୍ଧ୍ରରୁ ଲୋଡ ହୋଇ ବିହାର ଚାଲାଣ ବେଳେ ଭୁବନେଶ୍ଵରରୁ ହେଲା ଜବତ । ଖବର ପାଇ ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ୍ ନିକଟରୁ ଜବତ କରିଛି ଏନସିବି ଟିମ । ଏଥିସହ ବିହାରର ଜଣେ ଅଭିଯୁକ୍ତ ମନୋହର ଯାଦବକୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭୁବନେଶ୍ବର(NCB, Sub-Zone, Bhubaneswar) ଜୋନାଲ ଟିମ ।