ଓଡିଶା

odisha

By

Published : Jul 21, 2021, 8:29 PM IST

ETV Bharat / city

24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ 24ଘଣ୍ଟା ମଧ୍ୟରେ ଲଘୁଚାପ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବୁଧବାର, ଉତ୍ତରପଶ୍ଚିମ ସଂଲଗ୍ନ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟାରେ ବା ଜୁଲାଇ ୨୧ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଅଧିକ ପଢ଼ନ୍ତୁ...

24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଗାମୀ 24 ଘଣ୍ଟାରେ ମଧ୍ୟରେ ଲଘୁଚାପ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବୁଧବାର, ଉତ୍ତରପଶ୍ଚିମ ସଂଲଗ୍ନ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟାରେ ବା ଜୁଲାଇ ୨୧ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଏହାସହ ବର୍ତ୍ତମାନ ଦକ୍ଷିଣ ବାଂଲାଦେଶରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ଜିଲ୍ଲା କଟକ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ ସହ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ସାମ୍ଭାବ୍ୟ ଲଘୁଚାପଜନିତ ବର୍ଷାର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକର କଣ୍ଟାପଡ଼ାରେ ସର୍ବାଧିକ ୧୨୩ ମିମି ବର୍ଷା ରେକର୍ଡ କରାଯାଇଛି । ସେପଟେ ପୁରୀର ସତ୍ୟବାଦୀରେ ମଧ୍ୟ ଦ୍ବିତୀୟ ସର୍ବାଧିକ ୧୧୪ ମିମି ବର୍ଷା ରେକର୍ଡ ହୋଇଛି ।

ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ହାଲ ବେହାଲ ହୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ପାଣି ଜମି କାର ଭାସୁଥିବା ଦେଖା ଦେଇଛି । ବର୍ଷା ପାଣି ସହ ଡ୍ରେନ ପାଣି ମିଶି ଲୋକଙ୍କ ଘରେ ପଶିଛି । ଫଳରେ ନାହିଁନଥିବା ହନ୍ତସନ୍ତ ହୋଇଛନ୍ତି ରାଜଧାନୀବାସୀ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details