ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଉବୁଟୁବୁ ସ୍ମାର୍ଟସିଟି ଭୁବନେଶ୍ବର । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା । ଭୀମଟାଙ୍ଗି ଅଞ୍ଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି ,ଏପରିକି ଘରେ ମଧ୍ୟ ପାଣି ପଶିଛି । ରାଜଧାନୀକୁ ସ୍ମାର୍ଟସିଟି କହି ସରକାର ବାଃ ବାଃ ନେଉଥିବାବେଳେ ଏ ହେଉଛି ରାଜଧାନୀର ନିଛକ ଦୃଶ୍ୟ । ଏପରି ଭାବେ ସମାଲୋଚନା କରି ସରକାରଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।
‘ନବୀନଙ୍କ ସବୁ କାମ ବିଶ୍ବସ୍ତରୀୟ, ଆମେ ଏଠି ପାଣିରେ ଛଟପଟ’ - sura routray
ସ୍ମାର୍ଟସିଟି ଭୁବନେଶ୍ବର ଏବେ ଜଳବନ୍ଦୀ । ଘରୁ ବାହାରିବା ମଧ୍ୟ ହେଉନାହିଁ ସମ୍ଭବ । ଏହା କଣ ସରକାରଙ୍କ ସ୍ମାର୍ଟସିଟି ? ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...
ଲଗାଣ ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି, ସରାରଙ୍କ ଉପରେ ବର୍ଷିଲେ ସୁର
ଲଗାଣ ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି, ସରାରଙ୍କ ଉପରେ ବର୍ଷିଲେ ସୁର
ପ୍ରବଳ ଲଗାଣ ବର୍ଷା ଫଳରେ ରାଜଧାନୀର ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଳବନ୍ଦୀ ହୋଇ ରହିଛି । ଜିଜିପି କଲୋନୀ, ଭୀମଟାଙ୍ଗି, ବଡଗଡ଼, ରସୁଲଗଡ଼, ନୟାପଲ୍ଲୀ ଅଞ୍ଚଳ ଜଳମଗ୍ନ ରହିଛି । ସବୁଠି ପାଣି, କେଉଁଠି ଡ୍ରେନ ଉପରେ ପାଣି ଚାଲିଲାଣି ତ ଆଉ କେଉଁଠି ଘରେ ପଶିଲାଣି ପାଣି । ସରକାର ସ୍ମାର୍ଟସିଟି ପାଇଁ ବାଃ ବାଃ ନେଉଛନ୍ତି କିନ୍ତୁ ଅସଲ ଚିତ୍ର ଲୋକେ ଭୋଗୁଛନ୍ତି ବୋଲି କହିଛନ୍ତି ସୁର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ