ଓଡିଶା

odisha

By

Published : May 9, 2022, 4:17 PM IST

Updated : May 9, 2022, 7:21 PM IST

ETV Bharat / city

ଜୟପୁରକୁ ଉଡିବ ବିମାନ: ଡିଜିସିଏର ଅନୁମତି ପରେ ସେବା ପାଇବେ ଯାତ୍ରୀ

ଭୁବନେଶ୍ବରରୁ ଭାୟା ଜୟପୁର ଦେଇ ବିଶାଖାପାଟନମ୍‌କୁ ଖୁବଶୀଘ୍ର ଉଡିବ ବିମାନ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ପରେ ଉଡିବ ବିମାନ । ଅଧିକ ପଢନ୍ତୁ

ଜୟପୁରରୁ ଉଡିବ ବିମାନ: ଡିସିଜିଏର ଅନୁମତି ପରେ ସେବା ପାଇବେ ଯାତ୍ରୀ
ଜୟପୁରରୁ ଉଡିବ ବିମାନ: ଡିସିଜିଏର ଅନୁମତି ପରେ ସେବା ପାଇବେ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରରୁ ଭାୟା ଜୟପୁର ଦେଇ ବିଶାଖାପାଟନମ୍‌କୁ ଖୁବଶୀଘ୍ର ଉଡିବ ବିମାନ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ପରେ ଉଡିବ ବିମାନ । ଜୟପୁର ବିମାନବନ୍ଦର କାର୍ଯ୍ୟ ଶେଷ ହୋଇଥିବାବେଳେ ଡିଜିସିଏର ଅନୁମତି ମିଳିବା ପରେ ବିମାନ ସେବା ପାଇ ପାରିବେ ସାଧାରଣ ଲୋକେ ।

ଜୟପୁରରୁ ଉଡିବ ବିମାନ: ଡିସିଜିଏର ଅନୁମତି ପରେ ସେବା ପାଇବେ ଯାତ୍ରୀ


ତେବେ ୯ ସିଟ ବିଶିଷ୍ଟ ବିମାନରେ ଯାତ୍ରା କରିବେ ଯାତ୍ରୀ । ବିଡିଂରେ ପ୍ରକ୍ରିୟାରେ ସାମିଲ ହୋଇଛି ଇଣ୍ଡିଆ ଅନ ଏୟାର ଏୟାରଲାଇନ୍ସ । ଡିଜିସିଏର ଲାଇସେନ୍‌ସକୁ ଅପେକ୍ଷା କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ । ଲାଇସେନ୍ସ ମିଳିଲେ ଖୁବଶୀଘ୍ର ବିମାନ ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟର ନିର୍ଦ୍ଦେଶକ ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 9, 2022, 7:21 PM IST

ABOUT THE AUTHOR

...view details